ଯିଏ ଯାହା ପାଇଁ
ଯିଏ ଯାହା ପାଇଁ
ପୋଖରୀ ରେ ନୂଆ କରି ଫୁଟି ଆସୁଥିବା ଏକ କଇଁ
ଦିନେ ସେ ପ୍ରଥମ କରି ଦେଖିଲା ସୂର୍ଯ୍ୟଙ୍କର
ଉଦୟ କାଳୀନ କନକ କିରଣ ,
ଏହା ଦେଖି କଇଁ ମନ ହେଲା ପୁଲକିତ
ନିର୍ବିକରେ ସମର୍ପି ଦେଲା ଆପଣାର ମନ ଆଉ ପ୍ରାଣ ।
ସେଇ କନକ କିରଣକୁ ନିଜ ଭିତରେ ସାଇତି ରଖିବା ପାଇଁଁ
ପ୍ରଶସ୍ତ କରିଦେଲା ତା'ର ପ୍ରତ୍ୟେକଟି ପାଖୁଡା,
ସୂର୍ଯ୍ୟ ମଧ୍ୟ ବୁଝିଥିଲା ସେଇକଥା
ସବୁକାଳେ ସୂର୍ଯ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପଦ୍ମିନୀ ଯେ ଲୋଡା ।
ତେଣୁ ପରସ୍ପରେ ଚାହିଁ
ହୋଇ ଅନୁରାଗ ପୁଣି ଦେଲା ପ୍ରତିଶ୍ରୁତି,
କେହି କାହାକୁ ଭୂଳିବାନି
ରହୁଥିବା ସଦା ସାଥୀ ହୋଇ ବୋଲି କରିଲେ ନିଷ୍ପତି ।
ମାତ୍ର ତାହା ବେଶି ସମୟ ରହିଲାନି
କଇଁର ଦୁର୍ଭାଗ୍ୟ ଫଳରେ,
ଆଶାର ସୌଧ ମଉଳି ଗଲା
ଭାଙ୍ଗି ଲୀନ ହୋଇଗଲା ସେହି ଅଗାଧ ଜଳରେ ।
କଇଁର ଖୁବ୍ ନିକଟରେ ସୁନ୍ଦର ପାଖୁଡ଼କୁ ମେଲି
ପ୍ରସ୍ଫୁଟିତ ହେଲା ଏକ ସରଙ୍ଗ ପଦ୍ମିନୀ ,
ଅପୂର୍ବ ସେ ଶୋଭମୟୀ
ସୂର୍ଯ୍ୟଙ୍କର ମନ ଆଉ ପ୍ରାଣ ଦେଲା କିଣି ।
କଇଁ ପ୍ରତି ଦେଇଥିବା ପ୍ରତିଶ୍ରୁତି
ଆଜି ସବୁ ହେଲା ସେ ପ୍ରତାରଣା ।
ସୁକୁମାରୀ କଇଁ ଆଜି
ଭୋଗ କରେ ଦୁଃଖ ଆଉ ଅସହ୍ୟ ଯନ୍ତ୍ରଣା ।
ପଦ୍ମିନୀକୁ ପାଇ ସୂର୍ଯ୍ୟ
ହୋଇ ଆନମନା ପୁଣି କରେ କେତେ କ୍ରୀଡା,
ନିଷ୍ଠୁର କିରଣ ଜାଳି ପୋଡିଦିଏ
ତା' ପାଇଁ ଉତ୍ସର୍ଗୀକୃତ ସୁକୁମାରୀ କଇଁର ପାଖୁଡା ।
ଆଜି କର୍ମକୁ ଆଦରି ନେଇ
ଦୁଃଖ ଆଉ ଯନ୍ତ୍ରଣାରେ କାନ୍ଦି କହେ କଇଁ,
ହେ ବନ୍ଧୁ ସବୁ ଦୋଷ ମୋର
ତୁମର ତ କିଛି ଦୋଷ ନାହିଁ ।
ଆଜି ମୋର ମନେ ପଡ଼େ
ପୂର୍ବରୁ ସେ କହିଥିବା କଥା,
ସୃଷ୍ଟିର ସର୍ଜନା କାଳେ ଯାହା ସ୍ୱୟଂ କହିଥିଲେ ଧାତା ।
ସୃଷ୍ଟିକୁ ସର୍ଜନା କରି
ଏହି ବର ଦେଇଛନ୍ତି ବିହି,
ଆଜିଠୁ ଏହାହେଉ ଯିଏ ଯାହା ପାଇଁ
ଆଉ ସିଏ ତାହା ପାଇଁ ।