STORYMIRROR

Pravatirani Mohanty

Romance

3  

Pravatirani Mohanty

Romance

ଶେଷ ଶୃଙ୍ଗାର

ଶେଷ ଶୃଙ୍ଗାର

1 min
144

ଶେଷ ଶୃଙ୍ଗାରର ଦୃଶ୍ୟ ଆଙ୍କିଦିଅ

ମନ ମାଟିକାନ୍ଥ ପରେ

ସ୍ମୃତିର ଦୀପାଳି ଜଳୁ ରହି ରହି

ହୃଦୟର ଇଲାକାରେ

ତୁମେ ଥିଲ ଆଉ ମୁଁ ଥିଲି ଯେବେ

ସମୟ ରହିଛି ସାକ୍ଷୀ

ସପନର ପଥେ ରଚିଥିଲେ ଯାତ୍ରା

ପାଦ ଚିହ୍ନ ପଥେ ଆଙ୍କି

ସେ ରାସ୍ତା ନଥିଲା କଣ୍ଟକମୟ

ସୁରଭିତ ବାସ୍ନା ନେଇ

ନଥିଲା କାମନା ବାସନା ମହକ

ଚାଲୁ ଥିଲେ ସାଥି ହୋଇ

ସପନ ଭାଙ୍ଗିଲା ନିଦ ହଜିଗଲା

ହଜିଗଲ କାହଁ ଦୂରେ

ଆଜି ବି ଖୋଜୁଛି

ସାଉଁଟି ସେ ସ୍ମୁତି

ହୃଦୟ ବଖରା ଘରେ

ଝାପସା ଝାପସା ଏଇ

ଅନ୍ଧାରରେ ଆଜି

ଅଟକି ଯାଉଛି ପାଦ

ଅଦେଖା କପାଳେ ଟାଣିଦେଲା କିଏ 

ଅପମାନ ଅପବାଦ

ତାରା ମାନେ ଆଜି ଆକାଶ

ଛାତିରେ ମିଟି ମିଟି ଛନ୍ତିଚାହିଁ 

ଦ୍ଵିତୀୟା ଚାନ୍ଦଟି ଲୁଚାଉଛି ମୁହଁ

ତୁମର ତ ଦେଖା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance