ଶେଷ ଶୃଙ୍ଗାର
ଶେଷ ଶୃଙ୍ଗାର
ଶେଷ ଶୃଙ୍ଗାରର ଦୃଶ୍ୟ ଆଙ୍କିଦିଅ
ମନ ମାଟିକାନ୍ଥ ପରେ
ସ୍ମୃତିର ଦୀପାଳି ଜଳୁ ରହି ରହି
ହୃଦୟର ଇଲାକାରେ
ତୁମେ ଥିଲ ଆଉ ମୁଁ ଥିଲି ଯେବେ
ସମୟ ରହିଛି ସାକ୍ଷୀ
ସପନର ପଥେ ରଚିଥିଲେ ଯାତ୍ରା
ପାଦ ଚିହ୍ନ ପଥେ ଆଙ୍କି
ସେ ରାସ୍ତା ନଥିଲା କଣ୍ଟକମୟ
ସୁରଭିତ ବାସ୍ନା ନେଇ
ନଥିଲା କାମନା ବାସନା ମହକ
ଚାଲୁ ଥିଲେ ସାଥି ହୋଇ
ସପନ ଭାଙ୍ଗିଲା ନିଦ ହଜିଗଲା
ହଜିଗଲ କାହଁ ଦୂରେ
ଆଜି ବି ଖୋଜୁଛି
ସାଉଁଟି ସେ ସ୍ମୁତି
ହୃଦୟ ବଖରା ଘରେ
ଝାପସା ଝାପସା ଏଇ
ଅନ୍ଧାରରେ ଆଜି
ଅଟକି ଯାଉଛି ପାଦ
ଅଦେଖା କପାଳେ ଟାଣିଦେଲା କିଏ
ଅପମାନ ଅପବାଦ
ତାରା ମାନେ ଆଜି ଆକାଶ
ଛାତିରେ ମିଟି ମିଟି ଛନ୍ତିଚାହିଁ
ଦ୍ଵିତୀୟା ଚାନ୍ଦଟି ଲୁଚାଉଛି ମୁହଁ
ତୁମର ତ ଦେଖା ନାହିଁ ।

