STORYMIRROR

Debabrata Mishra

Abstract Romance

3  

Debabrata Mishra

Abstract Romance

ସୀମାହୀନ ସୁନୟନା

ସୀମାହୀନ ସୁନୟନା

1 min
191


ତୁମେ ଅସୁମାରୀ ସ୍ୱପ୍ନ ହୋଇ ରହିଥାଅ

ତୁମେ ଅସୀମ ସୁଖଜହ୍ନ ଜୋଛନା ହୋଇ ରୁହ

କଳ୍ପନାକୁ ପ୍ରୀତି ଇନ୍ଦ୍ରଧନୁର ସାତରଙ୍ଗରେ

ଅସରନ୍ତି କ୍ଷଣକୁ ମୋ' ରଙ୍ଗୀନ କରୁଥାଅ, 


ତୁମେ ଅସୀମିତ ନୀଳ ଗଗନ ହୋଇରୁହ

ତୁମେ ଅଜସ୍ର ମୋହରେ ମୋହିତ କରୁଥାଅ

ସାଜୁଥାଅ ମୁହୁର୍ତ୍ତମୁହୁର୍ତ୍ତ ତୁମେ ମାୟାର ମନ୍ଦିର

ଅବାସ୍ତବ ଆନନ୍ଦର ତୁମେ ରାଗିଣୀ ଗାଉଥାଅ, 


ତୁମେ ଆଜୀବନ ସ୍ମିତହାସ୍ୟରେ ହସାଉଥାଅ

ତୁମେ କୁହୁକ କଥାରେ ନିଦକୁ ସଜାଉଥାଅ

ମୋ' ଲୁହ ମନାକରିଛି ତୁମଠୁ ଲୁଚିଯିବ ସେ

ମନକୁ ମୋ' ତୁମ ହସ ତାଳେ ନଚାଉଥାଅ, 


ତୁମେ ହୃଦୟ କୁ ବୁଲିବାକୁ ଏମିତି ଆସୁଥାଅ

ତୁମେ ଆତ୍ମାକୁ ସବୁଦିନ ଏମିତି ଛୁଉଁଥାଅ

ମୋ' ବିଷାଦର ବିଷକୁ ଟିକେ ପୀୟୁଷ କରୁଥାଅ

ମୋ' ସନ୍ତାପର ବଗିଚାରେ ହସଫୁଲ ଫୁଟାଉଥାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract