STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ପ୍ରେମ ବୀଥିକା

ପ୍ରେମ ବୀଥିକା

1 min
152


ମୋ ମନେ ଯନ୍ତ୍ରଣା ପାଉଛି ମୁଁ ଯାହା 

ବୁଝି କେ ପାରିବ ମୋତେ 

କହୁଥିବେ ସବୁ କହିବା ପାଇଁକି 

ସର୍ବେ ନିଜ ନିଜ ମତେ ।


ହୃଦୟ ଯାତନା କରେ ନିପାତନା 

କରିଦେବ ବୋଲି ପର 

ଦେଇଛି ଯେ କଥା ହେବକି ଅନ୍ୟଥା 

ଆସୁଥାଏ ମନେ ଡର


ଅନ୍ତରର କଥା ରଖିଛି ମୁଁ ଚାପି 

ଭାବି ଭାବି ଦିନ ରାତି 

ଯାହାକୁ ମୁଁ ମନେ ଭଲପାଏ ଏତେ 

ଅବୁଝା କାହିଁ ତା ମତି। 


ଭଲପାଏ ବୋଲି ଭାବନାଟା ମୋର 

ହେଲାକି ଆବିଳପୁର

ସବୁ ବୁଝି ଯଦି ହୁଏ ଅପଳାପି

ଏତିକି ବେଦନା ଭାର। 


ଜହ୍ନର ଜୋଛନା ମଳୟ ମୂର୍ଚ୍ଛନା 

ପବିତ୍ରତା ପ୍ରେମ ଧାରା 

ପ୍ରେମରେ ବିଶ୍ୱାସ ବଞ୍ଚିବାର ନ୍ୟାସ 

ଅବିଶ୍ବାସେ ନୁହେଁ ଧରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance