ନିଃସଙ୍ଗ ପ୍ରେମିକ
ନିଃସଙ୍ଗ ପ୍ରେମିକ
ବରଷାରଣୀ ଯେ ଆକାଶେ ନାଚଇ
ଘଡଘଡି ନୁପୁରରେ
ପ୍ରେମୀଯୁଗଳକୁ ଦିଏ ଚମକାଇ
ବିଜୁଳିର ଆଖିଠାରେ ।
ନିଃସଙ୍ଗ ପ୍ରେମିକ ନିଶୀଥରେ ହେଜେ
ଅଭୁଲା ଅତୀତ ସ୍ମୃତି
ତା ଚଗଲା ମନ ସଦା ଝୁରୁଥାଇ
ଭିଜା ଭିଜା ମିଠା ପ୍ରୀତି ।
ମଳୟ କାନରେ ଅତି ଗୋପନରେ
ପ୍ରୀୟାକୁ ଥିଲା ଜଣେଇ
ବସନ୍ତଟା ଯିଇ ନିଦାଘ ବିତିଲା
ପ୍ରେମିକାର ଦେଖା ନାଇଁ ।
ଦେଖିଥିଲା କେତେ ସୁନେଲି ସପନ
ଗଲା ଚୁର୍ ମାର ହେଇ
ପ୍ରେମିକା ଦେଲା କି ମନ ବଦଳେଇ
ଅର୍ଥ ଆଉ ସ୍ବାର୍ଥ ପାଇଁ ।
ସନ୍ଦେହ ମନରେ ପ୍ରେମିକ ଭାବଇ
ଫୁଲକୁ ବିଶ୍ବାସ ନାହିଁ
ଅନ୍ୟ ଭଅଁରକୁ ନିମନ୍ତ୍ରଣ ଦେଇ
କେଳି ରଚୁଥିବ ତହିଁ ।
ତିଳ ତିଳ ହେଇ ଜଳୁଥିବି କିଆଁ
ବୀରହ ବେଦନା ସହି
ପାରିବିନି ବଞ୍ଚି ପ୍ରୀୟା ବିନା ମୁହିଁ
ମରିଯିବି ବିଷ ପିଇ ।