STORYMIRROR

Ramesh Lenka

Comedy Inspirational

3  

Ramesh Lenka

Comedy Inspirational

ଗ୍ରହଣ ପରେ ଛାଡଖାଇ

ଗ୍ରହଣ ପରେ ଛାଡଖାଇ

1 min
147


    ଦୀପାବଳୀ ଅମାବାସ୍ୟା ଦିନ ପରା

         ସୂର୍ଯ୍ୟ ପରାଗ ପଡିଲା

    ଆଲୋକ ପର୍ବକୁ ଆନନ୍ଦ ଉଲ୍ଲାସେ

         ପାଳନ ହେଲାନି ଭଲା ।

    ଚନ୍ଦ୍ରଗ୍ରହଣ ଟା ପଡିଲା ଏବର୍ଷ

         କାର୍ତ୍ତୀକ ପୂର୍ଣ୍ଣମୀ ଦିନ

    ଫିକା ପଡିଗଲା ମନ୍ଦିର ବୁଲିବା

         ଭଲ ଲାଗିଲାନି ମନ ।

   ଅନ୍ୟାୟ ଅଧର୍ମ ବଢି ବଢି ଚାଲେ

         ଏଇ କଳିଯୁଗ ଶେଷେ

   ଗୋଟିଏ ମାସରେ ଦୁଇଟି ଗ୍ରହଣ 

         ବିପଦ ଆସେ କି ଦେଶେ ।

   ଆଇଁଷ ଛାଡିଲ ଶାକାହାରୀ ହେଲ

         ପୂଣ୍ୟ ଅରଜିବା ପାଇଁ

   ମନ୍ଦିର ବୁଲାରୁ ପୂଣ୍ୟ ଗଲା କମି

         ଗ୍ରହଣ ଆସିଲା ଧାଇଁ ।

   ଛାଡଖାଇ ପଡେ ବୁଧବାର ଦିନ

         ଖୁସିରେ ପାଳିବା ପାଇଁ 

   ମାସେ ପରେ ପାଟି ଚାଖିବ ଆଇଁଷ

         ଚିକେନ ମଟନ ରୋହି ।

   ମାଛ ବଜାରରେ ମାଂସ ଦୋକାନରେ

         ଲାଗିଯିବ ଭାରିଭିଡ

   ନମିଳିଲେ କିଛି କାମ ଚଳେଇବ

         ମାଛପୁଟା ଛେଳିଗୋଡ ।

   ମିଥ୍ୟାକୁ ପାଶୋରି ସତ୍ୟ ଅନୁସରି

        ସତବାଟ ବାଛିନିଅ 

   ଈଶ୍ବର ତୁମକୁ ଦେବେଟି ଆଶିଷ

        ସତ୍ୟ ଯୁଗେ ବଞ୍ଚି ରୁହ ।


Rate this content
Log in

Similar oriya poem from Comedy