STORYMIRROR

Ramesh Lenka

Others

3  

Ramesh Lenka

Others

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
193

    ମା ସିଂହ ବାହିନୀ ଦୁର୍ଗତି ନାଶିନୀ

          ଜଗତ ଜନନୀ ମାଆ

    ସଙ୍କଟ ହାରିଣୀ ମଙ୍ଗଳ କାରିଣୀ

          ବିପଦେ ହୁଅ ତୁ ସାହା ।


    ବିଘ୍ନ ବିନାଶିନୀ ଆରତ ନାଶିନୀ

          ଅଭୟ ଦାୟିନୀ ମାତ

    ଶକ୍ତି ପ୍ରଦାୟିନୀ ଶାନ୍ତି ପ୍ରଦାୟିନୀ

         କଲ୍ୟାଣ କାରିଣୀ ତୁ ତ ।


   ଦେବୀ କାତ୍ୟାୟିନୀ ତ୍ରିପୁର ମୋହିନୀ

         ବିଷ୍ଣୁଙ୍କ ହୃଦୟ ରାଣୀ

   ପାପ ବିନାଶିନୀ ମହିଷା ମର୍ଦ୍ଧିନୀ

         ସଂହାରଣେ ନାରାୟଣୀ ।


    ଆଗମନେ ତୋର ଶୋଭା ମନୋହର

         ଗୀତ ଗାଉଚି ସମୀର

    ନଦୀର ପଠାରେ କାଶତଣ୍ଡୀ ଫୁଲ

         ହଲାଉଚି ତା ଚାମର ।


    ଅଧର୍ମ ଉପରେ ଧର୍ମର ବିଜୟ

        ଅସତ୍ୟ ଉପରେ ସତ୍ୟ

    ସଂହାରୀ ତୁ ଦୁଷ୍ଟ ପାଳୁ ତୁହି ଶିଷ୍ଟ

        ଧରା କରୁ ପାପ ମୁକ୍ତ ।


    ମାଆ ଦଶଭୁଜା ତୁହି ମା ବିରଜା

       ତୋ ଆଶିଷେ ହସେ ମହୀ

    ହରୁ ସବୁ ଦୁଃଖ ଦେଉ ଶାନ୍ତିସୁଖ

        ତୁହି ମା ଅମୃତମୟୀ ।


Rate this content
Log in