ତୋତେ ମୁଁ ଖୋଜେରେ
ତୋତେ ମୁଁ ଖୋଜେରେ
ତୋତେେ ମୁଁ ଖୋଜେରେ
ଶ୍ରାବଣୀ କନ୍ୟାର ରିମ୍ ଝିମ୍ ସ୍ବନରେ
ପୂର୍ଣ୍ଣମୀ ଚାନ୍ଦର ଶୀତଳ ଜ୍ୟୋସ୍ନାରେ
ଅମାବାସ୍ୟାର ଘନ ଅନ୍ଧକାରେ
ହୁଡୁହୁଡୁ ବାତ୍ୟା ଝଡ ତୋଫାନରେ
ଘୋର ଅରଣ୍ୟର ପ୍ରେମ ଉଦ୍ୟାନରେ
ଯମୁନା ନଦୀର କଦମ୍ବ ମୂଳରେ
ଗନ୍ଧମାର୍ଦନର ସର୍ବୋଚ୍ଚ ଚୂଳରେ
ସକାଳ ସୂର୍ଯ୍ୟର ସୁନେଲି ଆଭାରେ
ଥର ମରୁଭୂମି ଉଷ୍ମ ବାଲୁକାରେ
ମନରାଜ୍ୟ ବିସ୍ତୃତ ଦିଗ୍ ବଳୟରେ
ହୃଦୟ ମନ୍ଦିର ନିଭୃତ କୋଣରେ
କାହିଁକି ନା ତୁ ସର୍ବତ୍ର ବିଦ୍ୟମାନ
କିନ୍ତୁ ମୋ ପାଇଁ ତୁ କିଆଁ ସାଜିଚୁ
ଦୂର ମରୁଭୂମି ମାୟା ମରିଚୀକା
ନୟନେ ମୋ ବିସ୍ମୟର ପ୍ରହେଳିକା
ଭାବକୁ ନିକଟ ତୁ ଅଭାବକୁ ଦୂର
ଭକ୍ତର ବନ୍ଧୁ ଆଉ ପାପୀ ପାଇଁ କ୍ରୁର
ତୋତେ ଦଣ୍ଡେ ନଦେଖିଲେ ଭୋକ ମରିଯାଏ
ଆଶାର ବୈତରଣୀ ଶୁଖିଯାଏ
ବିଶ୍ବାସର ସେତୁବନ୍ଧ ଭାଙ୍ଗିଯାଏ
ସ୍ବପ୍ନର ତାଜମହଲ ଭୁଷୁଡି ଯାଏ
କୋମଳ ହୃଦୟଟା ଛଟପଟ ହୁଏ
ଶରୀରଟା ଜୀଅନ୍ତା ଶବ ପାଲଟି ଯାଏ
କେବଳ ଥରେ ମାତ୍ର ଦର୍ଶନ ତୁ ଦେରେ
ଜୀବନ ମୋ ଧନ୍ୟ କରି ଦେରେ ।
