ତୋ ବିନା ବଞ୍ଚିବି କେମିତି
ତୋ ବିନା ବଞ୍ଚିବି କେମିତି
ତୋ ବିନା ମୁଁ ବଞ୍ଚିବି କେମିତି
ଭଲ ପାଇ ଭୁଲି ଗଲୁ
ମତେ କିଆଁ ଠକି ଦେଲୁ
ବିରହରେ ଜଳେ ଦିନ ରାତି ।
ମୋ ମନର ଆକାଶରେ
ହସେ ନାହିଁ ଜୋଛନା
ଚଇତି ପବନ ଆଉ
ମୋ ତନୁକୁ ଛୁଏଁନା
ଦୁଃଖର ସାଗରେ ଭାସି
ଉଜାଡିଲି ସବୁ ଖୁସି
ନୟନୁ ଲୋତକ ଝରେ ନିତି ।
