ସତ୍ୟ ଧର୍ମ ପଥେ ଚାଲରେ ମଣିଷ
ସତ୍ୟ ଧର୍ମ ପଥେ ଚାଲରେ ମଣିଷ
ଏ କଳିଯୁଗରେ ମରିବା ସହଜ
ବଞ୍ଚିବା ବହୁତ କଷ୍ଟ
ଅନ୍ୟାୟ ଅଧର୍ମ ବାଟଟି ସରଳ
ସତ୍ୟ ପଥ ଦିଏ କ୍ଲିଷ୍ଟ ।
ରଙ୍ଗିନ ଦୁନିଆଁ କରଇ କିମିଆଁ
ସହଜେ ଆସେ ସପନ
ଧନ ପଛେ ଧାଇଁ ସଦା ହାଇଁପାଇଁ
ନିଦ ଭୁଲଇ ନୟନ ।
ତାରା ପାଇଁ ଅଛି ସୁନ୍ଦର ଆକାଶ
ସମ୍ପର୍କ ପାଇଁ ବିଶ୍ବାସ
କିନ୍ତୁ ନର ଓଠେ ଛଳନାର ହସ
ପେଟରେ ଗରଳ ବିଷ ।
ଦୁଃଖ ପଛେ ପଛେ ସୁଖ ଆସୁଥାଇ
ଦିନ ପରେ ଆସେ ରାତି
ଅନ୍ୟାୟର ପଥେ ଶୋକେ ଦିନ ବିତେ
ଭଲ କର୍ମେ ମିଳେ ଶାନ୍ତି ।
ସତ୍ୟ ଧର୍ମ ପଥେ ଚାଲିଲେ ମଣିଷ
ଜୀବନ ଯାତ୍ରା ସଫଳ
ପର ଉପକାରେ ମିଳଇ ଯଶରେ
ଚିନ୍ତ ପରର ମଙ୍ଗଳ ।
ନକର କପଟ ନହୁଅ ଲମ୍ପଟ
ହୃଦେ ଶୋଭୁ ଦୟା କ୍ଷମା
ସ୍ନେହ ପ୍ରେମ ଡୋରେ ବାନ୍ଧ ସଭିଙ୍କୁରେ
ହେବ ତୁମ ପୂଣ୍ୟ ଜମା ।
