ସ୍ମୃତି ପାଉଁଶ
ସ୍ମୃତି ପାଉଁଶ
ହେ ସାଥୀ ମୋର
କଲ କିଆଁ ପର
ଚିରି ହୃଦୟକୁ ମୋ
ଗଲ ବହୁ ଦୂର ।
ସମ୍ପର୍କ ସେତୁ ଭାଙ୍ଗିଗଲା
ଆଶା ଝରଣା ଶୁଖିଗଲା
ପ୍ରେମ କୋଣାର୍କ ଭୁଷୁଡିଲା
ମନ ଗୋଲାପ ମଉଳିଲା
ଝୁରେ ମୋଅନ୍ତର
ଝରେ ଲହୁ ଧାର
ଚିରି ହୃଦୟକୁ ମୋ
ଗଲ ବହୁ ଦୃର ।
ଥିବାଯାଏ ନିଃଶ୍ବାସ
କରିଥିଲି ବିଶ୍ବାସ
ଭଲ ପାଇ ସାଥୀ ହେଇ
ଦେଲ ଟି ବିଷ
ମରି ମରି ବଞ୍ଛିଚି
ବାଟ ତୁମ ଚାହିଁଚି
ଲିଭୁନିମୋ ହୃଦେ ତୁମ
ସ୍ମୃତି ପାଉଁଶ ।
