STORYMIRROR

Ramesh Lenka

Inspirational

3  

Ramesh Lenka

Inspirational

ସ୍ବଭାବ

ସ୍ବଭାବ

1 min
169

 ଦଣ୍ଡିଗିରି ମାଛ ଦେଖାଏ ବଡିମା

          ଅଳପ ପାଣିରେ ରହି

    ଧୀର ଶାନ୍ତ ହୋଇ ବିଚରଣ କରେ

          ଅଗାଧ ପାଣିରେ ରୋହି ।


    ସେହିପରି ସିନା ଅଳ୍ପ ବିଦ୍ୟା ଧରି

          ଫୁଟାଣି ମାରଇ ନର

    ଅଗାଧ ପାଣ୍ଡିତ୍ୟ ଅଧିକାରୀ ହୋଇ

          ବିଦ୍ବାନ ରହଇ ସ୍ଥିର ।


    ଅଳ୍ପ ଧନ ଥାଇ ଗର୍ବୀ ଅହଙ୍କାରୀ

          ଦେଖାଏ ତା ବଡପଣ

    ଧନୀ ଲୋକ ସଦା କୃପଣଙ୍କ ପରି

          ଦେଖାଏ ନିର୍ଦ୍ଧନ ଗୁଣ ।


    ବିଜ୍ଞ ମୁନୀ ଋଷି ତପସ୍ୟା କରି କି

          ରହନ୍ତି ଧୀର ମଉନ

   ଠକ ଭଣ୍ଡ ବାବା ସନ୍ୟାସୀ ସାଜି କି

         ପାଆନ୍ତି ମାନ ସମ୍ମାନ ।


    ବାହ୍ୟ ପୋଷାକରୁ ମାପିବେନି କେବେ

          ମନୁଷ୍ୟର ଗୁଣ ଜ୍ଞାନ

    କର୍ମ ସଦା ତାର ପରିଚୟ ଦିଏ

          ବିଦ୍ବାନ କି ସଇତାନ ।


Rate this content
Log in

Similar oriya poem from Inspirational