STORYMIRROR

Ramesh Lenka

Others

3  

Ramesh Lenka

Others

କୁଆଁର ପୁନେଇ ଜହ୍ନ ଲୋ

କୁଆଁର ପୁନେଇ ଜହ୍ନ ଲୋ

1 min
115


    କୁଆଁର ପୁନେଇଁ ଜହ୍ନ ଲୋ ,,ଫୁଲ ବଉଳ ବେଣୀ

    ପୁଚି ଖେଳିବାକୁ କୁଆଁରୀ ମାନେ ଗୋ

    ଉଛନ୍ନ ବେଲାଣି ମନ ଗୋ,ଫୁଲ ବଉଳ ବେଣୀ ।

    ପର୍ବତେ ଫୁଟଇ କଇଁ ଗୋ ,ଫୁଲବଉଳ ବେଣୀ

    ସତ ଲୁଚିଯାଏ ଓକିଲ ମୁଣିରେ

    ମିଛ ନାଚେ ଥେଇ ଥେଇ ଲୋ ,ଫୁଲ ବଉଳ ବେଣୀ ।

    ସଜନା ଗଛର ଛାଇ ଲୋ ଫୁଲ ବଉଳବେଣୀ

    କୁଜି ଅସରପା ଆଖି ଠାର ମାରି

    ଡାକଇ କାଣୀ ବିଲେଇ ଲୋ ଫୁଲ ବଉଳ ବେଣୀ ।

    ଇନ୍ଦ୍ରଧନୁ ସପ୍ତରଙ୍ଗ ଲୋ ଫୁଲ ବଉଳ ବେଣୀ

    କଥା ହଉଚନ୍ତି ବେଙ୍ଗୁଲି ଓ ବେଙ୍ଗ 

    ଧାର୍ମିକ ସାଜଇ ବଗ ଲୋ ଫୁଲ ବଉଳ ବେଣୀ ।

    ପିଢାରେ ରାବଇ କାଉ ଲୋ ଫୁଲ ବଉଳ ବେଣୀ

    ଭିଣେଇ ସାଙ୍ଗରେ ଶାଳୀ ଯେ ଚମ୍ପଟ

    ଶଶୁର ସାଙ୍ଗରେ ବୋହୂ ଲୋ ଫୁଲ ବଉଳ ବେଣୀ ।


      


Rate this content
Log in