STORYMIRROR

Smruti Sephali Meher

Tragedy

3  

Smruti Sephali Meher

Tragedy

ସର୍ବଂସହା

ସର୍ବଂସହା

1 min
177

ତୁମେ ଅନେକ ଆଶୀର୍ବାଦର

ଅଧିକାରିଣୀ ବୋଲି

ବେଳେ ବେଳେ ପାଲଟିଯାଅ ସ୍ଥିର

ଶୁଷ୍କ ମରୁଭୂମି ମଧ୍ୟ ହୋଇଯାଏ 

ତୁମ ପାଇଁ ରକ୍ତବର୍ଣ୍ଣା ।

ଧୈର୍ଯ୍ୟର ସୀମାକୁ ଉଲଘଂନ କରି

ଯାଇପାରନି ବୋଲି

ହୋଇଯାଅ ସର୍ବଂସହା ।

ସିନ୍ଦୂରର ମୂଲ୍ୟ ସବୁଠାରୁ ବେଶୀ ବୋଲି

ସହିଯାଅ ଅନେକ ଯାତନା ।

କାହିଁକିନା ତୁମେ ନାରୀ !

ଜୀବନ ନୈାକାକୁ ସଳଖେ ପାରିକର

ଅନେକ କଷ୍ଟକୁ ଲାଘବ କରି 

ଖୁସି ପରଶିଦିଅ ।

ହେଲେ ଆଜି କାହିଁକି ତୁମର ଭୟ ?

ଏହି ନର ରୂପୀ ମହିଷାସୁର ମାନେ

କ'ଣ ଅବା କରିବେ ତୁମର 

ତୁମେ ଶକ୍ତିମୟୀ !

ସଂହାର କରି ପାରିବ ଅସୁରମାନଙ୍କୁ

ତୁମ ବଳରେ ସେମାନେ ବଳୀୟାନ୍ ।

ସୁଯୋଗ ଅଛି

ଅସ୍ତ୍ର ଧରି ପରାଜିତ କର 

ଶିର ଛେଦନ କରି

ବିଜୟର ଧ୍ୱଜା ଉଡାଅ ।

ପୁଣି ଥରେ ଦେଖାଇଦିଅ

ତୁମ ମହିଷାମର୍ଦ୍ଦିନୀ ରୂପ

ତୁମେ ପାରିବ

ବିଶ୍ୱାସ ଅଛି

ରୋକିପାରିବ ଦୁଷ୍କର୍ମ

ରୋକିପାରିବ ବଳାତ୍କାର 

ରୋକିପାରିବ ସର୍ବନାଶ । 



Rate this content
Log in

Similar oriya poem from Tragedy