ପ୍ରଥମ ବର୍ଷା ---------
ପ୍ରଥମ ବର୍ଷା ---------
1 min
14
ଅନେକ ଦିନର ଅନ୍ତଃ ଜଳା
ଡହ ଡହ ତାତି ପରେ
ବର୍ଷା ଆସିଛି !
ଅନେକ ସମ୍ଭାବନା ନେଇ
ଅସହ୍ୟ ତାତିରେ ଝଡ଼ି ପଡ଼ିଥିବା
ପତ୍ର ମାନଙ୍କୁ ଜୀବନ୍ତ କରିବା ପାଇଁ ।
ପକ୍ଷୀ ମାନଙ୍କ ଓଠରେ
ମଧୁସିକ୍ତ ବାରି ଢାଳି ଦେବା ପାଇଁ
ସବୁଜ ରଙ୍ଗରେ ଚତୁର୍ଦ୍ଦିଗ
ରଙ୍ଗେଇ ଦେବା ପାଇଁ ।
ଫଟା ମାଟି ଏବେ ଏବେ ତ
ଭିଜି ଯାଇ
ମଧୁର ବାସ୍ନାରେ ବାସ୍ନାୟିତ
ନୂଆ କରି କଅଁଳୁ ଥିବା
ପତ୍ର ମାନେ ମଧ୍ୟ ସବୁଜ
ରୂପରେ କରନ୍ତି ଆକର୍ଷିତ।
ଗାଁର ଖପର ଘରଟା
ଭୁଶୁଡ଼ି ଯାଇ
ଆକାଶ କୁ ବଢ଼େଇଛି ହାତ
ମାଟି କାନ୍ଥ ଗୁଡ଼ା
ଜଣେ ଜଣଙ୍କୁ ଆବରି ଧରି
ହସୁଥାଆନ୍ତି ଅନେକ ।
