ଶେଷ ବର୍ଷାର ରାତି
ଶେଷ ବର୍ଷାର ରାତି
ଅନେକ ଥର ବର୍ଷାର ରାତିରେ
ଭିଜିଛେ ଦୁହେଁ ମିଶି
ଆଜି କାହିଁ ମତେ ଲାଗୁଛି
ଏଇଟା ଶେଷ ବର୍ଷାର ରାତି ।
ଅନେକ ଥର ଶିହରି ଉଠିଛି
ତୁମ ସ୍ପର୍ଶ ମୁଁ ପାଇ
ଆଜି କାହିଁ ମତେ ଲାଗୁଛି
ଏଇଟା ଶେଷ ସ୍ପର୍ଶର ତାତି ।
ଅନେକ ଥର ଆଲିଙ୍ଗନେ ତୁମ
ଭୁଲି ଯାଏ ନିଜ ଗତି
ଆଜି କାହିଁ ସେ ଆଲିଙ୍ଗନେ ତୁମ
ପାଉଛି ଅନେକ ଶାସ୍ତି ।
ଅନେକ ଥର ଆଖି ସାଥେ ତୁମ
ମିଶିଛି ମୋ ଦୁଇ ଆଖି
ଆଜି କାହିଁ ମୁଁ ଯେ ମିଶେଇ ପାରୁନି
ତୁମ ସାଥେ ଦୁଇ ଆଖି ।
ଅନେକ ଶ୍ରାବଣ ଏକାଠୀ କାଟିଛେ
ପାଖେ ପାଖେ ଦୁହେଁ ବସି
ଆଜି କାହିଁ ସେ ଫୁଲେଇ ଶ୍ରାବଣ
ଦଉଛି ଜହର ପିଏଇ ।
ଅନେକ ଥର ଭିଜିଛେ ପ୍ରେମରେ
ହାତ ସାଥେ ହାତ ଯୋଡ଼ି
ଆଜି କାହିଁ ସେ ପ୍ରେମ କହୁଅଛି
ଏଇଟା ଶେଷ ପ୍ରେମର ରାତି ।
