STORYMIRROR

Smruti Sephali Meher

Tragedy

3  

Smruti Sephali Meher

Tragedy

ଗାଁ କୁ ଫେରୁଥିବା ଶେଷ ଟ୍ରେନ

ଗାଁ କୁ ଫେରୁଥିବା ଶେଷ ଟ୍ରେନ

2 mins
149


କିଛି କ୍ଷଣ ଥିଲା 

ଗାଁ ଶେଷ ମୁଣ୍ଡକୁ

ରେଳଟି ପହଞ୍ଚିବାକୁ

ଝରକା ପାଖ ଦେଇ 

ଏଇ ହରି ମଉସାଙ୍କ କ୍ଷେତ 

ଏଇତ ମଉନି ନାନୀ 

କ୍ଷେତରେ ଘାସ ବାଛୁଛି।


ଏମିତି ଏମିତି କହି 

ଗାଁ ଲୋକଙ୍କୁ

ଟ୍ରେନର ବଗି ଭିତରେ ବସି 

ଅତି ଭାବୁକ ପଣରେ

ଅନେଇ ଅନେଇ ଚାଲୁଥାଏ

ମୁଁ ଆଉ ମୋ ଅପେକ୍ଷାରତ ମନ।


କାହିଁ କେତେ ବରଷ ହୋଇଗଲା 

ଗାଁ ଛାଡି ଯାଇଥିଲି

ମାଆ ମୋର

ଲିପୁନାଠୁ ଖବର ପାଇ

ବିଚାରି କେତେ କଣ

ସରାଗରେ ରାନ୍ଧିଥିବ ।


ବାପାଙ୍କୁ କହି ବଜାରରୁ

କେତେ ଯେ ଦରବ ଅଣେଇଥିବ

ତାର କିଛି ହିସାବ ନାହିଁ ।

ଗାଁ ସାରା ବୁଲି ବୁଲି

କହିଥିବ ଆଜି

ମୋ ପୁଅ ବିଦେଶରୁ ଆସୁଛି ।


ଯେତେ ହେଲେ 

ମାଆ ମନ ତ !

ଗାଁ ବାଟ

ଯେତିକି ପାଖେଇ ଆସୁଥାଏ 

ମନଟା ସେତିକି ବେଶି

ଘର ଆଡ଼େ ଟାଣି ହେଉଥାଏ ।


ଟ୍ରେନ ଆସି ପହଁଚିଲା 

ଗାଁ ଶେଷ ମୁଣ୍ଡରେ

ଅତି ବ୍ୟଗ୍ରତାରେ ଓହ୍ଲାଇ ଆସିଲି

ବ୍ୟାଗକୁ କାନ୍ଧରେ ବୋହି 

ମାଗୁଣି ନନାଙ୍କ ରିକ୍ସା ଦେଖି 

ଯାଇ ବସି ପଡ଼ିଲି ।


ମାଗୁଣି ନନା ଏବେ ଭାରି ଦୁର୍ବଳ 

ଦେଖା ଯାଉଥିଲେ 

ତଥାପି ମୁଠେ ଖାଇବା ପାଇଁ 

ଅନବରତ ପରିଶ୍ରମ କରିଚାଲିଥିଲେ।

ଗାଁ କୁ ପଶୁ ପଶୁ

ସବୁ ବଦଳି ଯାଇଥିଲା ଯେମିତି

କିଛି ବରଷ ଭିତରେ 

ସବୁ ମାଟି ଘର ହଟି ଯାଇ

ପକ୍କା ହୋଇ ଠିଆ ହୋଇଥିଲା 

ଘର ଗୁଡାକ 

ମନଟା ଘର ଆଡ଼େ ଏତେ ବେଶି

ଟାଣି ହେଉଥିଲା ଯେ 

ଲାଗୁଥିଲା ଆମ ଘର ବି

ବଦଳି ଯାଇଥିବ ଯେମିତି।


ଅନେକ ଅପେକ୍ଷା ପରେ

ଘର ଆଗେ ପହଁଚିଲା ରିକ୍ସା 

ମାଗୁଣି ନନା କୁ ପଇସା ଦେଇ ଦେଇ

ମୁଁ ଚାଲୁଥାଏ ଭିତରକୁ ।


ଘର ଭିତରକୁ ଗଲା ବେଳକୁ 

ସବୁ ଓଲଟା 

ଯାହା ଭାବି ଆସୁଥିଲି 

ସବୁ କିଛି ପରିବର୍ତ୍ତନ ।


ବାପା ବସିଥିଲେ ବାଟ ଘର 

କୋର ଖଟ ଉପରେ

ମାଆ ର ହସ ହସ ଫୋଟଟି

ଓଦା କାନ୍ଥ ଉପରେ ଲଟକି ରହିଥିଲା ।


ପୁଣି ଶୁଖିଲା ଗେଣ୍ଡୁ ମାଳଟିଏ 

ଓହଳି ରହିଥିଲା

ତାର ଫୋଟ ଉପରେ ।

ଏପରି ଦୃଶ୍ୟ ଦେଖି 

ଆଖି ଥିଲା ମାଆ ପାଖରେ

ହେଲେ ଝରୁଥିଲା ଲୁହ

ଅନ୍ତର ଭିତରେ । 









Rate this content
Log in

Similar oriya poem from Tragedy