Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Others

4  

Smruti Sephali Meher

Others

ଜଗା ପ୍ରତି ଅଭିମାନ

ଜଗା ପ୍ରତି ଅଭିମାନ

1 min
207


ଶବ ଗଦାରେ ଛିଡ଼ା ହୋଇ ମଣିଷ 

ଡାକେ ଜଗନ୍ନାଥ

ପ୍ରସାରି ଦିଅ ତୁମେ ସୁଦୀର୍ଘ ପଥ

ନ ହେଉ କେବେ ଶେଷ ।

ମାଟିରେ ବୋହୁଛି ରକ୍ତର ଲହୁ

ଛିନ୍ନ ଭିନ୍ନ ହାତ ଗୋଡ଼

କିଏ ଡାକୁଛି ମାଆ ମାଆ ବୋଲି

କିଏ ଡାକୁଛି ଝିଅ ।

ଅଜଣା ପଥରେ ହଜିଗଲେ କେତେ

ନିରୀହ ନିଷ୍ପାପ ଲୋକ

ସବୁ ଦେଖି ତୁ ନ ଦେଖିଲା ଭଳି

କେମିତି ରହିଲୁ ରେ କହ।

କି ଦୋଷ କରିଥିଲେ ସେମାନେ

କରିଥିଲେ କି ପାପ

ବିନା ଦୋଷରେ ଏ କି ବିଚାର

କହରେ କାଳିଆ କହ ।

ସ୍ନାନମଣ୍ଡପେ ତୁମ ମହାସ୍ନାନ କଲୁ

ସୁନା କଳସରେ ପାଣି ନେଇ

କେତେ ଲୋକ ଆଜି ପାଣି ବୁନ୍ଦେ ପାଇଁ

ଗଲେ ଜୀବନରୁ ସରି ।

ତୁ ପରା ଅନାଦି ନିରାକାର ବ୍ରହ୍ମ

ସଭିଙ୍କ ପ୍ରାଣ ରକ୍ଷା କରୁ ତୁ

ଟେକି ଦେ ଥରେ ତୋ ଅଧା ହାତ

ଭକତ ତରି ଯାଉ ।



Rate this content
Log in