STORYMIRROR

Smruti Sephali Meher

Others

4  

Smruti Sephali Meher

Others

ଭାବରେ କୃଷ୍ଣ

ଭାବରେ କୃଷ୍ଣ

1 min
357

ଅନ୍ଧାର ରାତିରେ

ବର୍ଷା ବିଜୁଳୀର ଘନ ଘଟା ଭିତରେ

ତୁହାକୁ ତୁହା ଦୋହୋଲୁଥିବା

କଦମ୍ବ ଗଛର ଡାଳ ଗୁଡ଼ିକ 

ତୁମ ଚନ୍ଦ୍ର ବଦନ ଉପରେ 

ଟାହିଆ ପରି ଝଲସୁଥିଲେ ଅନେକ ବାର ।

ପତ୍ର ଗୁଡ଼ିକ ଝଡ଼ି ପଡ଼ୁଥିଲେ

ପାଦ ତଳେ ତୁମ

ତୁମେ ଏକ ମଗ୍ନରେ 

ଗୋଡ଼ରେ ଗୋଡ଼ ଛନ୍ଦି

ମୁଦ୍ରିତ ନୟନରେ 

ବଂଶୀ ବାଦନରେ ନିମଗ୍ନ ।

ଅଧରରେ ରକ୍ତିମ ଆଭା ଦୀପ୍ତିମନ୍ତ

ପାଦରେ ସହସ୍ର ସ୍ୱରର ଘୁଙ୍ଗୁର 

ପୀତ ବସନର ପରସ୍ତ ପରସ୍ତ  

କୁଞ୍ଚିତ ଅଂଶରେ

ତଲ୍ଲିନ ମୋ ତନୁରାଜି।

ସ୍ମିତ ହାସରେ ପାଗଳୀ ପ୍ରାୟ

ଝରା ଶେଫାଳୀ

ବାସ୍ନାରେ ଭିଜାଉଥିଲେ ତୁମକୁ

ଭୁରୁ ଭୁରୁ ଗନ୍ଧେ ଭାସି।

ମୟୂର ଚୂଳିଆ କାହ୍ନୁ

ରଙ୍ଗ ରଙ୍ଗେ ହୋଇଛ ଉଭା

ମୋତି ମାଣିକ୍ୟ ଜଡ଼ା

ଅଳଙ୍କାରେ ତୁମେ 

ଦିଶୁଛ ପ୍ରିୟ ପୁରୁଷ ପରିକା ।

ତୁମକୁ ଦେଖିବାକୁ ଧାଇଁଛି

ଘଞ୍ଚ ବନ ମଧ୍ୟକୁ 

ଦେହରୁ ବସନ ଅଲଗା ହୋଇ

ଯାଉଛି ପବନ ଆଡ଼କୁ।

ତୁମେ ମାୟାବୀ ହୋଇ

ଦିଶୁଛ ଚାରି ଦିଗେ ମତେ

କିଏ ସେଇ କୃଷ୍ଣ

ବାରି ବି କେମନ୍ତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍