Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Others

4  

Smruti Sephali Meher

Others

ମୁଁ କେବଳ ତୁମର ମାଧବ

ମୁଁ କେବଳ ତୁମର ମାଧବ

1 min
385


ତୁମ ବଂଶୀ ସ୍ଵନରେ ମୁଁ ମନ୍ତ୍ର ମୁଗ୍ଧ

କେଉଁ ତୂଳୀରେ ଆଙ୍କିବି ତୁମକୁ ହେ ମାଧବ ।

ଅପେକ୍ଷାର ସମୟକୁ ଅନେଇ ଅନେଇ

ମନ ଭିତରେ କଳ୍ପନାର ଚିତ୍ରଟିଏ ଆଙ୍କୁଛି ତୁମର ।

ହେଲେ ତୂଳୀରେ କେଉଁ ରଙ୍ଗ ବି 

ଭଲ ଲାଗୁନି ବଂଶୀଧର ।

ସେହି ମୌନତାରେ

ପାଦର ଗତି ତୁମ ପାଇଁ 

ଧୀରେ ଧୀରେ ହୋଇଯାଇଛି କ୍ଷୀଣ ।

ଚନ୍ଦ୍ରମା ଚର୍ଚ୍ଚିତ ମୁଖରେ ଆଉ 

ଶୋଭା ପାଉନି ମୋର ଗରେ ସିନ୍ଦୂର ।

ତୁମ ଅପେକ୍ଷାରେ ବୋଧେ ପା

ଧରେ ସ୍ଥିର ଅନଳ ।

ସୀମନ୍ତରୁ ଖସି ପଡୁଛି

ତୁମେ ଦେଇଥିବା ଓଢ଼ଣିର ଚମକ

ଶ୍ୟାମ ପ୍ରେମେ

ଝୁରି ମରୁଛି ଗୋ ରାଧା ପ୍ରତିକ୍ଷଣ ।

ତୁମେ ହସିବାର ସଂକେତ ଦିଶୁଛି 

ତୁମ ପ୍ରିୟାର କର ମଧ୍ୟରେ 

ତୁମେ ଆସିବାର ସଂକେତ ଦିଶୁଛି

ଆଇନାର ପ୍ରତି ଜ୍ୟୋସ୍ନାରେ ।

ତୁମ ଅପେକ୍ଷାରେ ରାତି ଦିନ

ଏକାକାର କରିଦେଇଛି ହେ ଶ୍ୟାମ ।

ହୃଦୟର ଧୂସରୀ ମୂର୍ଚ୍ଛନା ଲହଡ଼ି ଭାଙ୍ଗୁଛି

ଥରକୁ ଥର ।

ମୋ ଆଖିର ଅଶ୍ରୁକୁ ରୋକି ପାରୁନି ମୁଁ

ଆସି କେବଳ କହି ଦିଅନା

ମୁଁ କେବଳ ତୁମର।



Rate this content
Log in