STORYMIRROR

Smruti Sephali Meher

Others

4  

Smruti Sephali Meher

Others

କଳା ଠାକୁର

କଳା ଠାକୁର

1 min
283

ମାେ ହୃଦ ସରାେବରେ ତୁମେ

     ସୁନେଲି ପଦ୍ମ

 ମାେ ନେତ୍ର ପାଖୁଡାରେ ତୁମେ

      ରୂପେଲି ଜହ୍ନ ।

କେମିତି ଆଙ୍କିବି ପ୍ରଭୁ

      ତୁମ ବଦନ

ମୁଁ ତ ଛାେଟ କାରିଗରଟିଏ

      ଜାଣେନି କାମ ।

ମନ ଆଇନାରେ ଖାଲି

     ତୁମରି ଛବି

ଦେହ କୁଞ୍ଜବନେ ଶୁଣେ

     ତୁମ ମୂରଲୀ ।

ତୁଳସୀର ମହକରେ ମୁଁ ତ

      ଯାଏ ମହକି

ତୁମ ପାଇଁ ଆସିଛି ହେ

      ସଭିଁଙ୍କୁ ଛାଡି ।

ତୁମ ପାଦେ ଦିଅ ଥରେ

       ମତେ ସୁଯାେଗ

ଗଢିଦେବି ତୁମ ପାଇଁ 

       ବାଲିର ରଥ ।

ମନ ମୋର ଲାଖି ଯାଉ

       ତୁମରି ନୟନେ

ତୁମ ରଙ୍ଗ ମାଖୁଥିବି 

        ମୁଁ ସବୁ ଦିନେ ।

ଭାବରେ ଭାବରେ ତୁମେ

       ଭାବଗ୍ରାହୀ ରୂପ

ଅନାଥର ନାଥ ତୁମେ

       ଶ୍ରୀ ଜଗନ୍ନାଥ।

ନାନା ଅବତାରେ ତୁମେ ଆସ 

       ଆସ ଜଗତ

ପାପୀକୁ ସଂହାର କରି

      ଉଡ଼ାଅ ବିଜୟ ନେତ।

ତୁମ ଠାରୁ ବଡ଼ ପ୍ରଭୁ

      କେହି ନାହିଁ ଜଗତେ

ତୁମେ ସୃଷ୍ଟି ତୁମେ ସ୍ରଷ୍ଟା

       ତୁମେ ସାହା ହୁଅ ମତେ ।



Rate this content
Log in