Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Others

3  

Smruti Sephali Meher

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
133


କଳିଆରେ ଭାବ ଟିକେ ଦେ

ତୋ ପ୍ରେମରେ ବାନ୍ଧି ମତେ ଦେ

ସରଗୁ ସୁନ୍ଦର ଚକାଡୋଳା ତାର

ନାଥ ଜଗନ୍ନାଥ ସେ 

ଦାରୁବ୍ରହ୍ମ ଜଗନ୍ନାଥ ବାସୁଦେବ ହେ ।

ମରଣ କାଳରେ ତୋ ନାମ ଧରି ମୁଁ

ତରିଯିବି ଇହ ଧାମେ 

ତତେ ସୁମରି ମୁଁ ସ୍ବର୍ଗଦ୍ଵାରେ ଯେବେ

ଶୋଇଯିବି ଯୁଇ ଶେଜେ

ଆଖି ଅଶ୍ରୁ ଧାରେ

ପାଦ ଧୋଇ ଦେବି

ଥରୁଟେ ସୁଯୋଗ ଦେ ।

ତୋ ବାଇଶି ପାହାଚେ

ଗଡୁ ଥିବି କାଳିଆ

ଏତିକି ଶକତି ଦେ

କାଳିଆରେ ଭାବ ଟିକେ ଦେ

ତୋ ପ୍ରେମରେ ବାନ୍ଧି ମତେ ଦେ ।

ତୋ ସ୍ନାନ ମଣ୍ଡପେ

ଗଜାନନ ବେଶେ

ଦେଖିବି ତୋତେ ମୁଁ ଥରେ

ଆଖି ଦୁଇଟି ମୋ ଲାଖି ଯାଇଥିବ

ତୋ ଦୁଇ ଚକାନୟନେ ।

ତୋ ବାହୁ ଯୁଗଳେ

ବାନ୍ଧି ନେବୁ ଜଗା

ସଭିଙ୍କ ଭିଡ଼ ଭିତରେ ।

କିଛି ମୁଁ ମାଗୁନି

ଏତିକି ମାଗୁଛି

ତୋ ଦରଶନ ଟିକିଏ ଦେ ।



Rate this content
Log in