STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଆସ ଜଗନ୍ନାଥ

ଆସ ଜଗନ୍ନାଥ

1 min
125

ଆଷାଢ଼ର ପହିଲି ବୁନ୍ଦାର

ସାଥେ ସାଥେ ଆସ ଜଗନ୍ନାଥ

ତୁମକୁ ଅପେକ୍ଷା ରତ 

ଗାଁ ଠୁ ସହର ଯାକ ।

ପଡ଼ିବ ହୁଳ ହୁଳି

ବାଜିବ ଶୁଭ ଶଙ୍ଖ

ଭକତ ହାତକୁ ଯୋଡ଼ି

ଡାକୁଥିବ ହେ କାଳିଆ ସାଆନ୍ତ ।

ଭାଇ ଭଉଣୀ କୁ ସାଥିରେ ଧରି

ତିନି ରଥରେ ବିଜେ କରି

ଭକତ ଆଣୁଥିବେ ଭିଡ଼ି

ଆସୁଥିବ ବଡ଼ ଦାଣ୍ଡେ ଗଡି ଗଡି।

ମାଉସୀ ଘରକୁ ଯିବ 

ଦଶ ଦିନ ପାଇଁ

କେତେ ଦରବ ଯେ 

ମାଉସୀ ଦେଇଥିବେ ବାଢ଼ି।

ଲକ୍ଷ୍ମୀ ଙ୍କୁ ନ ନେଇ ସାଙ୍ଗରେ

ଏକା ଏକା ଯିବ

ଅଭିମାନ କରିଥିବେ ମାତା

ରସଗୋଲା ଯାଚି ଦେବ ।

ଲକ୍ଷ୍ମୀ ରୋସେ ଭାଙ୍ଗି ବେ ଯେ

ତୁମ ରଥର ଚକ

ସବୁ ଦେଖି ନ ଦେଖିଲା ପରି

ତୁନି ରହି ଥିବ ।

ବରଷକେ ଥରେ ଆସ

ତୁଳସୀ ରେ ସଜ ହୋଇ

ମଲ୍ଲିରେ ବାସୁ ଥାଉ ତୁମ ଦେହ

ଅତର ନାଇଲା ଭଳି ।



Rate this content
Log in