STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

କାଳିଜାଇ

କାଳିଜାଇ

1 min
187


ସୃଷ୍ଟିର ସର୍ଜନା କେ, ପାରେ ବର୍ଣ୍ଣନା

ବିଭୁ ଏକା କଳାକାର।

କେଉଁଠି ଖଞ୍ଜିଲେ ତାରା ମାଳମାଳ

ମଧ୍ୟେ ଖଞ୍ଜି ନିଶାକର ।


କେଉଁଠି ଖଞ୍ଜିଲେ ନୀଳ ପାରାବାର

ତା, ମଧ୍ୟେ ଜଳଜ ଜୀବ ।

ପାହାଡ଼ ପର୍ବତ ସୁନ୍ଦର ବନାନୀ

ପଶୁ, ପକ୍ଷୀ ଓ ମାନବ ।


ଗ୍ରିଷ୍ମ,ବର୍ଷା, ଶୀତ,ମଳୟ ବସନ୍ତ

ବାର ମାସେ ଛଅ ଋତୁ।

ହିମାଳୟେ ଶୀତ ସହି ନ, ହୁଏତ

ବରଫ ଖସେ ପର୍ବତୁ।


ଉଡିଆସି ଦ୍ଵିଜ ସୁଦୂର ରାଇଜ

ଖେଳନ୍ତି ଚିଲିକା ଜଳେ।

ଆନନ୍ଦେ କାକଳି କଳୋରଵ କରି

ନୀଳ ଢେଉ ଜଳେ ଖେଳେ ।


ଦୂରରୁ ଦିଶଇ ପଦ୍ମକଢି ସମ

ବୁଡିପୁଣି ଉଠୁଥାନ୍ତି।

ଉପରୁ ଜଳକୁ ଲମ୍ଫମାରି ପୁଣି

ମିନ ଧରି ଉଡିଯାନ୍ତି।


ନଳବଣେ ଵସେ ପକ୍ଷୀଙ୍କ ଯାତରା।

ଚିଲିକାର ବିଶେଷତ୍ଵ।

ପକ୍ଷୀ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି

ପକ୍ଷୀ ହୁଅନ୍ତି ଆହତ ।


ନୀଳନଭ ତଳେ ସୁନୀଳ ଲହରୀ

ଲେଉଟାଣି ଢେଉ ଖେଳେ।

ସୌନ୍ଦର୍ଯ୍ୟମୟୀ,ଗୋ ବିଭବଶାଳିନୀ

ଅପୂର୍ବ ଲାବନ୍ୟ ଦୋଳେ।


ଅପରୂପା ବତୀ ପ୍ରାଣୀଙ୍କ ସମ୍ପତ୍ତି

ସୌନ୍ଦର୍ଯ୍ୟ ଶାଳୀ ଚିଲିକା।

କେ, ବର୍ଣ୍ଣି ପାରିବ ସୌନ୍ଦର୍ଯ୍ୟ ତୋହର

ଭାବୁକ ମନରେ ଦକା।


ହିରକ ମୁକୁଟ ଶୋହେ,ତୋ ମଥା,ରେ 

ଦୂର ପାହାଡ ପର୍ବତ।

ପାରିକୁଦ ଆଉ ମାଲୁଦ ଦୁଇଟି ।

ମଥାରେ ପୁଷ୍ପ ସ୍ଥାପିତ ।


ଚାରିପଟେ ତାର ନୀଳ ଜଳରାଶି

ନୀଳ ବୀଚିମାଳା ଭରା।

ମଝିରେ ପାହାଡ଼ କାଳିଜାଇ ଗଡ଼

ବିପଦେ ହୁଏ ସାହାରା।


ଅଲିଅଳି ଝିଅ ଶାଶୁ ଘର ଯାଏ

ଭାଗ୍ଯ ହେଲା ତା'ର ବାମ‌ ।

ଚିଲିକା ମଝିରେ ରହିଗଲା ଜାଇ

ମାଆ କାଳିଜାଇ ନାମ।


କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା

କୋଟି କୋଟି ଦଣ୍ଡବତ।

କାଳ କାଳ ପାଇଁ କଥା ରହିଗଲା

କାଳିଜାଇ ପରବତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy