STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଆଜି ଆମେ ସଭ୍ୟ

ଆଜି ଆମେ ସଭ୍ୟ

1 min
122

 ଆଜି ଆମେ ସଭ୍ୟ

  ଆମେରେ ଶିକ୍ଷିତ

  ସଂସ୍କାର ବିହୀନ

  ସମ୍ବେଦନା ହୀନ

  ପ୍ରତିଟି କ୍ଷେତ୍ରେ

  ଖାଲି ଦେଖେ ଆମେ ସ୍ଵସ୍ୱାର୍ଥ

  ଭାବୁନେ କେ କେବେ

  ସମାଜର ହିତ

  ପଡିଶା ଘରକୁ ଭାବୁନେ ମିତ

  ନିଷ୍ଠୁର ହୋଇଛି ଆଜି ଆମ ଚିତ୍ତ

  ହେଲେ କହି ବୁଲେ ସର୍ବେ

  ଆଜି ଆମେ ସଭ୍ୟ

   ଆମେରେ ଶିକ୍ଷିତ ।


  ପିତାମାତାଙ୍କର କେହି

   ନେଉନେ ଯତ୍ନ

  ବୟୋଜ୍ୟେଷ୍ଠଙ୍କୁ କଲେ ହୀନିମାନ

  ମହିଳାମାନଙ୍କୁ ଦେଉନେ ସମ୍ମାନ

  ଦୁଷ୍କର୍ମ କୁକର୍ମେ ଗଲା ଆମ ଦିନ

  ଅହରହ ବସି ଆମେ କଲେ ନିଶାପାନ

   ଅନାହାରେ ମୃତ୍ୟୁ ନ ହେବା ପାଇଁ

   ଏକ ଟଙ୍କାରେ ଚାଉଳ ଆଜି ମିଳଇ

   କର୍ମ ବଦଳେ ଖାଦ୍ୟ ପାଇଁ

  ଏ ଯୋଜନା ସରକାର ଥିଲେ ଭିଆଇ

   ତା'ର ସଦୁପଯୋଗ ନ କରି ଆମ ଜନ

   ରୋଜଗାର କ୍ଷମ ହେବାକୁ ନ କରି ମନ

   କର୍ମ ବଦଳରେ କରି ଅକର୍ମ

  ଅକର୍ମଣ୍ୟ ସାଜି ଘରେ ବସି

   କରି ନିଶା ସେବନ

  ନିଜ ସଂସାରକୁ କରନ୍ତି ଉଛନ୍ନ

   ସରକାରଙ୍କର ଉଦ୍ଦେଶ୍ୟ ମହତ୍ତ୍ଵ

   ହୁଅନ୍ତୁ ଗରିବ ଗୁରୁବା ଆମ ଶିକ୍ଷିତ

   ରୋଜଗାରକ୍ଷମ ହୋଇ

   ପରିବାର ତାଙ୍କ ହେଉ ଉନ୍ନତ

  ହେଲେ କର୍ମ କୋଢୁ ନିଶା ପାନ କରି

   ସଜାନ୍ତି ନିଜକୁ ଖଣ୍ଡିଆ ଭୂତ

  ଯେତେ ଯେତେ କଲେ ନୂଆ ଯୋଜନା

   ନେତା ଜନତାଙ୍କ ମଧ୍ୟେ

   ରୁହେ ନାହିଁ ବୁଝାମଣା

   ସରକାର ଚାହାଁନ୍ତି 

   ଦେଶ ଓ ସମାଜ ହେଉ ଉନ୍ନତ

   ଗରିବୀ ନିରକ୍ଷରରୁ ହେଉ ଆମ

   ଦେଶ ଓ ସମାଜ ମୁକ୍ତ

   ମନେ ମନେ ଆମେ ନିଜେ

   ନିଜକୁ ଭାବି ଚତୁର

   ନିଜେ ନିଜକୁ ଠକିବାକୁ ଆତୁର

   ବାବୁଭାୟା ଠାରୁ ମଳିମୁଣ୍ଡିଆ

   ସମସ୍ତେ ଆଜି ଆମେ ସ୍ଵାର୍ଥରେ ବାୟା

   ଦେଶ ଓ ଯଶର ଚିନ୍ତୁନେ ହିତ

   ନିଜେ ନିଜେ ଆମେ ମହାପଣ୍ଡିତ

   ସଭିଏଁ ଭାବୁଛେ

   ଆଜି ଆମେ ସଭ୍ୟ 

   ଆମେରେ ଶିକ୍ଷିତ ।


  ଭାଇଚାରା ଆମ ହେଲାଣି ହତ

  ସାହି ପଡିଶାରେ ନାହିଁ କେ ମିତ

  ସଭିଏଁ ସଭିଙ୍କ ପାଇଁ ଖୋଳୁଛେ ଗାତ

  ବିଶ୍ଵାସ ରେ ବିଷ ଆମେ ଭରି ଦିଏ ତ

   ଘରର ଘରଣୀ ସ୍ଵାମୀକୁ ଆଜି

   ମାରଇ ନାତ

   ଭାଇକୁ ଚିହ୍ନେନି ନିଜ ଭାଇ ତ

   ସନ୍ତାନ ସନ୍ତତି ପିତା ଓ ମାତ

   କା ସଙ୍ଗେ ମିଶେନି କାହାର ମତ

   ତଥାପି କହୁଛେ

   ଆଜି ଆମେ ସଭ୍ୟ

     ଆମେ ଶିକ୍ଷିତ ।


  

    

   

  


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy