STORYMIRROR

Goutam Swain

Tragedy Classics Inspirational

3  

Goutam Swain

Tragedy Classics Inspirational

ଯେବେଠୁ ହେଲିଣି ପରଦେଶୀ

ଯେବେଠୁ ହେଲିଣି ପରଦେଶୀ

1 min
278

ଯେବେଠୁ ହେଲିଣି ପରଦେଶୀ,ଭୁଲିଗଲିଣି ମୁଁ ସବୁଖୁସି..

ହସୁନି କାନ୍ଦୁନି ଖେଳୁନି ବୁଲୁନି 

ସାଙ୍ଗସାଥୀ ମେଳେ ଦୁଷ୍ଟାମି କରୁନି

ନଟୁ ଘୁରାଉନି ଗୁଡ଼ି ଉଡାଉନି  

ମାଛ ଧରୁନି କି ବନ୍ଧ ପଂହରୁନି

ଗଛଚଢି ଆମ୍ବ ପିଜୁଳି ଖାଉନି

ରାତି ନ ଶୋଇ ମୁଁ ଯାତରା ଦେଖୁନି 

ପ୍ରେମରେ ବିଭୋର କବିତା ଲେଖୁନି

କୋହଭରା କଣ୍ଠେ ଗୀତ ବି ଗାଉନି ।


ଯେବେଠୁ ହେଲିଣି ପରଦେଶୀ,ଭୁଲିଗଲିଣି ମୁଁ ସବୁଖୁସି ....

ଖଟୁଚି ଖାଉଛି କୁଟୁମ୍ବ ପାଳୁଛି 

ଟଙ୍କା ଟଙ୍କା ହେଇ ଜୀବନ ଯାଉଛି 

ଝୁଣ୍ଟୁଛି ପଡୁଛି ଚାଲୁଛି ଥକୁଛି 

ଆଖିର ଲୁହକୁ ଓଠରେ ପିଉଛି 

ଖାଲି ହାତେ ଆସି ଖାଲି ହାତେ ଯିବି

ତଥାପି କାହିଁକି ରାମ୍ପୁଡ଼ି ହଉଛି 

୩୦ମିନଟ ଜିଉଁଛି କି ମରୁଛି 

୩୦ ବର୍ଷର ଯୋଜନା କରୁଛି  ।


ଯେବେଠୁ ହେଲିଣି ପରଦେଶୀ,ଭୁଲିଗଲିଣି ମୁଁ ସବୁଖୁସି ...

ମନ୍ଦିର ଯାଉନି ଠାକୁର ପୂଜୁନି 

କାହା ସୁଖେ ଦୁଃଖେ ଠିଆ ମୁଁ ହଉନି 

ପିତୃଋଣ ଗୁରୁଋଣ ଦେବଋଣ 

ତିନି ଋଣରୁ ମୁଁ ଗୋଟିଏ ସୁଝିନି

ଦାନ କରିନି କି ଧର୍ମ କରିନି

କର୍ମକାଣ୍ଡ ବୋଲି କିଛିବି ଜାଣିନି

ସମାଜର କିଛି କାମରେ ଆସିନି

ବଞ୍ଚିଛି କାହିଁକି ନିଜେ ମୁଁ ଜାଣିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy