STORYMIRROR

sasmita tripathy

Tragedy

3  

sasmita tripathy

Tragedy

ଗରିବର ଶୀତ

ଗରିବର ଶୀତ

1 min
172

ଏ ମଣିଷମାନଙ୍କ ପରି ଶୀତ ମଧ୍ୟ

କରେ ପରିହାସ ଗରିବତ୍ୱର 

ନିଃସହାୟତାର ଜଞ୍ଜିରକୁ 

ଭୋକିଲା ପେଟରେ ଭୋକର 

ତାଣ୍ଡବକୁ ଚିରାଫଟା 

ସାତ ସିଆଁ କମ୍ବଳରେ 

ଶୀତର ଔଧତ୍ୟ 

ଭଙ୍ଗା ଦଦରା କୁଡ଼ିଆ ତଳେ 

ଫୁଙ୍ଗୁଳା ଦେହକୁ ନୁଖୁରା ବାଳ

ରୁକ୍ଷ ପାଣ୍ଡୁର ଲୋଚାକୋଚା ଚମର ଢ଼ାଙ୍କୁଣୀ

ଶରୀରରେ ବାର୍ଦ୍ଧକ୍ୟର ସ୍ପର୍ଶ

ସତେ ଯେମିତି ବେଡି ଉପରେ 

କୋରଡା ମାଡ଼ 


ଶୈଶବ ବି ହୁଏ ଏଠି ଶୀତର ଶୀକାର

ଆତଙ୍କିତ କରେ ତାର 

ତନୁ ମନ ଓ ଜୀବନକୁ 

ହଜିଯାଏ ବାଲ୍ୟ ଚପଳତା

କେବେ ପୁଣି ଶୀତର କ୍ରୁରତାରେ ଝରି ପଡେ

କେତେ କେତେ ଅସହାୟ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy