STORYMIRROR

Manaswinee Dash

Tragedy Classics

3  

Manaswinee Dash

Tragedy Classics

ନୀରବତା

ନୀରବତା

1 min
119


ସବୁବେଳେ ବକବକ କରୁଥିବା ମୁହଁ ଆଜି ନୀରବ, 

ନୀରବତାକୁ ଆପଣେଇ ନେଇଛି ସେ ସବୁଦିନ ପାଇଁ,

କାରଣ କଣ ହେଇପାରେ ? 

ସିଏ ଆଜି ନୀରବ କାହିଁକି ?


ଜୀବନକୁ ଯିଏ କେବେବି ଖାତିର କରୁ ନ ଥିଲା, 

କାହାର ଦୁଖ ଯେ ସହି ପାରୁନଥିଲା, 

ଆଜି ନିଜ ପାଇଁ ସେ କାହିଁକି ଲଢେଇ କରିପାରିଲାନି,

ସିଏ ଆଜି ନୀରବ କାହିଁକି ?


ପରକୀୟା ପୀରତି କୁ ସବୁବେଳେ ଘ୍ରୁଣା କରୁଥିଲା, 

ଅନ୍ୟ ଉପରେ ହେଲେ ତା ସହ ଛିଡା ହଉଥିଲା, 

ହେଲେ ଯେବେ ତା ସହ ହେଲା, 

ସିଏ ଆଜି ନୀରବ କାହିଁକି ?


ଯେବେ ପୁରୁଷ କରୁଥିଲା ନାରୀ ଉପରେ ଅତ୍ୟାଚାର, 

ନାରୀର ଢାଳ ହୋଇ ହଉଥିଲା ଛିଡା, 

ହେଲେ ଆଜି ସବୁରି ମନରେ ପ୍ରଶ୍ନ, 

ସିଏ ଆଜି ନୀରବ କାହିଁକି ?


ମଦ, ନିଶାକୁ କରୁଥିଲା ଘ୍ରୁଣା, 

ନିଶା ନିବାରଣର ନେଇଥିଲା ପ୍ରଣ, 

ହେଲେ ଯେବେ ନିଜ ସ୍ବାମୀ କଲା ସବୁ, 

ସିଏ ଆଜି ନୀରବ କାହିଁକି ?


ହାତରେ ରକ୍ତ ଜୁଡୁବୁଡୁ ଛୁରୀ, 

ପାଖରେ ରକ୍ତାକ୍ତ ଶରୀର, 

ପରିସ୍ଥିତି କରୁଛି ବର୍ଣ୍ଣନା ସବୁକିଛି, 

ସିଏ ଆଜି ନୀରବ କାହିଁକି?


ତାକୁ ହାତରୁ କାଟିବାକୁ ହଜାରେ ପ୍ରୟାସ, 

ଓକିଲ ପଚାରୁଛନ୍ତି ବାରମ୍ବାର, 

ହେଲେ ଫୁଟୁନି କିଛି ଶବ୍ଦ, 

ସିଏ ଆଜି ନୀରବ କାହିଁକି ?


ସବୁରି ମନରେ ପ୍ରଶ୍ନ, 

କଣ ହେଲା ତା ସହ, 

କାହିଁକି ସେ ପାଲଟିଛି ପାଷାଣ, 

ସିଏ ଆଜି ନୀରବ କାହିଁକି ?






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy