STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଅଭିମନ୍ୟୁ

ଅଭିମନ୍ୟୁ

1 min
250


ରେ ଅଭିମନ୍ୟୁ!

କିପରି ତୁ ଭାବି ନେଲୁ

ତୋର ବୟସ ବଢ଼ିଗଲା ବୋଲି

ଅଭିଜ୍ଞ ପରିପକ୍ୱ ହୋଇ ଗଲୁ??

ଆୟୁ ସୂର୍ଯ୍ୟ ବୟସ୍କ ହେଲେ

କେହି ତ କେବେ ହୋଇ

ଯାଏ ନାହିଁ ସ୍ଵୟଂ ସଂପୂର୍ଣ୍ଣ

ଅଜେୟ ଅମର ସର୍ବ ଶକ୍ତିମାନ!!

ଜୀବନର ଏଇ କଣ୍ଟକିତ କଙ୍କରିତ

କୁଟିଳ ମହାଭାରତର ରଣାଙ୍ଗନରେ

ସଭିଏଁ ପୋଖତ ନିପୁଣ ଶୁରବୀର

ଗୁରୁ ଗୁରୁଜନ ଆତ୍ମୀୟ ସ୍ବଜନଗଣ

କେହି ବି ଏଠି ନୁହଁଇ କାହାର ନିଜର

ରକ୍ତ ସମ୍ପର୍କର ଅଳିକ ଭେଳିକିରେ

ଦେଲୁ କି ପାଶୋରି ଏକଥା ହେଳାରେ??

ଭୁଲି କି ତୁ ଗଲୁ ଆପଣା ଖିଆଲରେ

କୁରୁ ଶିରୋମଣୀ ଇଚ୍ଛା ମୃତ୍ଯୁଧାରୀ

ତୋର ପ୍ରପିତାମହ ଭୀଷ୍ମ

ବି ପରାହତ ଶିଖଣ୍ଡିର ଚକ୍ରାନ୍ତରେ

ତୁ କି ପାରିବୁ ବର୍ତ୍ତି ସ୍ବଦେହରେ

ଏଇ ଜଟିଳ ଚକ୍ରବ୍ୟୁହର ନାଗପାଶରୁ

ଲଭ ତୁ ଶାନ୍ତି ତୋର ବୀରଗତି ପ୍ରାପ୍ତିରେ!!

ଅଭିମନ୍ୟୁ! ହୁଅ ପଛେ ତୁ ସ୍ଵଳ୍ପାୟୁ

ଜନ୍ମୁ ଥାଆ ବୀର ହୋଇ ଏଇ

ଧରଣୀ ବକ୍ଷରେ ଜନ୍ମ ଜନ୍ମାନ୍ତର

କୁଚକ୍ରୀ ଶିଖଣ୍ଡି ସବୁ ଜୀଇଁଥାନ୍ତୁ

ବୋହି ଜୀବନର ଗୁରୁ ଭାର

ହୋଇ ଅଜର ଅମର କାଳ କାଳାନ୍ତର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy