(୧୬)#ପାହାଡ#ସମ୍ବୋଧନମୂଳକ କବିତା
(୧୬)#ପାହାଡ#ସମ୍ବୋଧନମୂଳକ କବିତା
ଅନେକ ବର୍ଷରୁ ଛିଡ଼ା ହୋଇଛ ସେମିତି
କିଛି ବି ବଦଳିନି ଏ ଦୁନିଆ ରେ ଯେମିତି ,
ଅୟୁତ ଯୁଗର ପାହାଡିଆ ରୂପ ରଙ୍ଗ
ଅବା ହେଉ ତମକୁ ନେଇ ନିର୍ବାକ ନିୟତି ,
ବୈଶାଖ ଯେବେ ତତାଏ ତମ ସେଇ ଦେହ
ଉତ୍ତାପରେ ଧୈର୍ଯ୍ୟ ଧରିଣ କେମିତିକା ରୁହ !
ଫିକା ଫିକା ଦିଶେ ତମ ସେ ସବୁଜ ଅଙ୍ଗ
ପତ୍ରଝଡ଼ା ବୃକ୍ଷରେ, ନଣ୍ଡା ପରି ମନେ ହୁଅ ,
ଶ୍ରାବଣ ଆକାଶର ମୁକୁଳା ଛାତି ତଳେ
ଦୂର ରାଇଜୁ ତମେ ସତେ ଲାଗ ଅପରୂପା
ତମ ଦେହରେ ସେ ସର୍ପିଳ ପାଦଚଲା ରାସ୍ତା
ଏ ମନ ଗହରୀରେ ହୋଇ ରହିଯାଏ ଛପା ,
ଶାଣିତ ଅସ୍ତ୍ର ଶସ୍ତ୍ରେ ଲହୁ ଲୁହାଣ ହୁଅ
ଯେବେ କେବେ ତମେ ମଣିଷର ଅତ୍ୟାଚାରରେ
ଝଡର କଂପନ ହୁଏ ତମ ଶରୀରରେ
ଶଠତା ଓ କୃତଘ୍ନତାର କପଟ ଖେଳରେ ,
ଆଧୁନିକତାର ଦ୍ୱାହିରେ ତମେ ଯେ ଆଜି
ନିର୍ଯ୍ୟାତିତ ପ୍ରବଞ୍ଚିତ ବିଜ୍ଞାନର ଯଜ୍ଞରେ,
ଖଣ୍ତାଦାଢରେ ଚାଲିଛି ଦୁନିଆ ସତେକି
ତମକୁ ଫିଙ୍ଗି ଦେଇ ଦୂରେ, ଧ୍ୱଂସର ପଥରେ ,
ତମକୁ ବାଦ୍ ଦେଇ ଜୀବନ ଅସମ୍ଭବ
ଆଜିର ସମାଜ ନ ବୁଝି ପାରିଲେ ଏକଥା,
ଦିନେ ମଳିନ ପଡ଼ିବ ପୃଥିବୀରେ ସୁଖ
ନିୟତିର ସେ ପ୍ରହାର ହେବ ନାହିଁ ଅନ୍ୟଥା ।