Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Tragedy

3  

Satyabati Swain

Tragedy

ମିଠା ମିଛ

ମିଠା ମିଛ

1 min
423


ମିଠା ଅଙ୍ଗୁରୁ ପେନ୍ଥା ଟିଏ ଆଣି

   ଦେଵଥିଲା ଆମ କଥା

ଜୀବନେ କିନ୍ତୁ ଆଣି ଦେଲ ତୁମେ

   ବାରି ବର କୋଳି ଖଟା।


ବଳେଇ ବଳେଇ ଖୁଆଇବ କହି

   ଉପାସରେ ରଖାଇଲ

ହସେଇବ କହି ମିଛରେ ଭଣ୍ଡେଇ

   କନ୍ଦେଇ କିଆଁ ମାରିଲ ।


ମୋ ଆଖିରୁ ଲୁହ ନେଇ ସପନ

    ଭରିଦେଵ କଥା ଥିଲା

ଆଜି ସେ ଆଖିରେ ଲହୁ ଭରି ଦେଇ

    କାହିଁ ମୁହଁ ଛପା ଦେଲ ।


ଏଡିକି ନିଷ୍ଠୁର ଏତେ ନିରାଦର

  ମୋ ପାଇଁ ସାଇତିଥିଲ

ବାଟବଣା କରି ଅଚିହ୍ନା ସହରେ

   ହାତ ମୋର ଛାଡି ଦେଲ ।


ସାଙ୍ଗଟିଏ ହେବ ଜୀବନ ତମାମ

   କହୁଥିଲ ମିଠା ମିଛ

କେତେ ବୋକିଥିଲି ତୁମ ଚଞ୍ଚକତା

    ଡାହା ମିଛକୁ ମଣିଲି ସତ।


Rate this content
Log in