STORYMIRROR

Smrutirekha Acharya

Tragedy Inspirational

4  

Smrutirekha Acharya

Tragedy Inspirational

ବିବେକ ର ଉକ୍ତି

ବିବେକ ର ଉକ୍ତି

1 min
94

ଅନୁଭୂତି ର ଅଭିମାନେ ଆଜି ନୀରବ ଏ କ୍ଷଣ 

ଚଢ଼ୁଛି ଆଶାର ସୋପାନ ନାହିଁ ମନେ ଗର୍ବ 

ନହଉ ପଛେ ପରିବେଶ ପରିସ୍ଥିତି ଅନୁକୂଳ 

ଚଢ଼ିବି ଶିଖର ମୁଁ ହୋଇ ନିଜେ ନିଜର ଉତ୍ସ


ସତ ସାହସ ର ବନ୍ଧ ବାନ୍ଧିବି ହୋଇ ମୁଁ ଯକ୍ଷ 

କିନ୍ତୁ କରିବିନି ଶତ୍ରୁତା ନେଇ ଆତ୍ମବଡ଼ିମା ର ପକ୍ଷ 

ନ ଠିଆ ହେଉ ଅନୁଚିତ କର୍ମ ହୋଇ ବିପକ୍ଷ 

ଖୁସି ଆଶା ଭରଷା ର ଖିଅ ଟିଏ ହେଉ ସପକ୍ଷ 


ଘଡି ର ଟିକ ଟିକ ଶବ୍ଦ ଆଜି ଲାଗୁଛି ସ୍ୱତନ୍ତ୍ର 

ସତେ କି ସରି ଆସୁଛି ଜୀବନ ଚକ୍ର 

ନା ପୂଜା ପାଠ ନା ତନ୍ତ୍ର ମନ୍ତ୍ର 

କି ପାରିବେ ଅଟକାଇ ମୃତ୍ୟୁ ଚକ୍ର 


ଦେବ ଦୁର୍ଲଭ ଆସୁଛି ହେଇ ମୁଖ୍ୟ ଅତିଥି 

କର ସତ୍କାର ଦିଅ ଆତ୍ମ ଜ୍ଞାନ ର ପୋଥି 

ନକାରାତ୍ମକ ଚିନ୍ତା ନ ହେଉ ତା ବଂଚିବା ଜ୍ୟୋତି 

ଖୋଜୁ ସେ ପ୍ରତି ମୁହୂର୍ତ ମନେ ରଖି ଭକ୍ତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy