STORYMIRROR

Smrutirekha Acharya

Tragedy

3  

Smrutirekha Acharya

Tragedy

ସ୍ପର୍ଶ ଏ ହୃଦୟର

ସ୍ପର୍ଶ ଏ ହୃଦୟର

1 min
12.1K

ଦଶ ମାସ ଦଶ ଦିନ 

ଥିଲା ସେ ଗର୍ଭ ରେ 

ପ୍ରତି ମୁହୂର୍ତ୍ତ ଅତୁଟ ବନ୍ଧନ 

କରୁଥିଲା ତା ମା ଅନୁଭବ ରେ 


ବାପା ଥିଲେ ବହୁ ଖୁସି 

ବାପା ଡାକ ଶୁଣିବା ଲୋଭ ରେ 

କେତେ ନାନା ବିଧ ରଖୁଥିଲେ ସଜାଡି 

ସନ୍ତାନ ଆଗମନ ସ୍ୱାଗତ ଆଶାରେ 


ପୁରି ଗଲା ଦିନ 

ଆସି ଉପନୀତ ସମୟ 

କୁଆଁ କୁଆଁ ରାବ  

କାଇଁ ଶୁଭୁନି ତ ସଙ୍ଗାତ 


କାକୁସ୍ଥ ତଟସ୍ଥ 

ଭୟଭୀତ ମନେ 

ମାଡ଼ିଗଲା ବାପ 

ପିଲା ର ସଂଧାନେ 


ପଡିଗଲା ବଜ୍ର 

ବକ୍ଷ ଉପରେ 

ଦେଖି ମା ଆର୍ତ୍ତନାଦ 

ପୁତ୍ର ମରଣେ 


ଦୁଇକୁନି ପାଦ 

ମା ଆଉଁସି 

ଉଠିଯା ମୋ ଧନ 

କାନ୍ଦି କହୁଛି 


ବାପା ଛାତି ଟାଣ କରି 

ଦେଲେ ମା କୁ ତାର ଆଶ୍ରା 

କୋହର ପୁଟୁଳି ବାନ୍ଧି 

କଲେ ଦୁଇ ପାଦ କୁ ମନପୁରା ଗେଲ୍ହା 


ଭାବୁଛନ୍ତି ପିତା ମାତା 

ଦେଖିନୁ ବାବା ତ ତୋ ପିଲାଣିଆମି 

ଶୁଣିନୁ ପରା ତୋ ଗାଲୁ ଗାଲୁ କଥା 

ତଥାପି ମନ ପାଗଳ ହେଇ କାଇଁ ଝୁରୁଛି 


ନିଶ୍ୱାସ ଆରମ୍ଭ ହେବା ପୂର୍ବରୁ 

ହୁଏକି ଶେଷ 

ବିଶ୍ୱାସ ର ଦୁଆର ଆଗରୁ 

କରି ଅବଶୋଷ 


ଧର୍ଯ୍ୟ ର ପାହାଚ ଚଢ଼ିବାକୁ ହେବ

ଧରି ମନେ ଆତ୍ମ ବଳ 

କାହାର ସାହାଯ୍ୟ ଲୋଡିବାକୁ ପଡିବ 

ଦୂରେଇ ବାକୁ କୋହ ର ଅନଳ? 


କାଳଚକ୍ର ଘୁରି ଗଲେ 

ଯାଉଛି ବଦଳି ସବୁ 

ଯେତେ ଯେ ସତର୍କ ହେଲେ 

ତଥାପି ଢାଳୁଛି ଦୁଃଖ ଫଗୁ 


ଆଶାଭରଷା ର ଶେଷ ସାହାରା 

ପ୍ରଭୂ ପାଦ ପରା 

କେତେ ଆଉ ନେବେ ସେ ପରୀକ୍ଷା 

ନିଅନ୍ତୁ ଜୀବନ ସାରା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy