ବିଭୀଷିକା
ବିଭୀଷିକା
ଅତୀତ ଅନୁଭୂତି
ଭାବୁଥିଲି ବସି
ଖୋଜୁଥିଲି ସାହାରା ଟିକେ
ଭୁଲିବାକୁ ଜୀବନ ଯନ୍ତ୍ରଣା ସତେ
ଦେଲାନି ଏ କ୍ରୁର ଦୁନିଆ
ସହଯୋଗ ର ହାତ
କଲା ଓଲଟି ଦାଣ୍ଡ ରେ ହାଟ
ବଢ଼ାଇ କାଳ ର କରାଳ ଛାୟା
ହେଲା ଅବଶେଷ
ଆଶା ଭରଷା ର
ନାହିଁ ଆଉ ଉଚ୍ଚ ଅଭିଳାଷ
ଆଶ୍ରା କରି ସହଯୋଗ କାହାର
ଭୁଲିଛି କଣ୍ଟା ର ପଥ
କରୁଛି ନିଜକୁ ପ୍ରସ୍ତୁତ
ଚାଲିବାକୁ ଏବେ ଖଣ୍ଡା ର ଧାରେ
ଆଉ ସହିବାକୁ କିଛି ଜୀବନ ରେ
ଏ ଆଳସ୍ୟ ର ଭୃତ୍ୟ
ଶୁଣ ଆଜି ସମାଜ ସତ୍ୟ
କଲେ ନିର୍ଭର କାହାକୁ
ଆୟୁଷ ଥାଇ ମରିବୁ
ଅଛି ଯେବେ ଯାଏ ଶକ୍ତି
ଚଢ଼ିବାକୁ ଧର୍ଯ୍ୟ ର ସୋପାନ
ଚାଲୁଥା ତୁ ହୋଇ ବିବେକ ସାଥି
ହୋଇ କାଷ୍ଠ ପଥର ସମ