STORYMIRROR

Smrutirekha Acharya

Abstract

3  

Smrutirekha Acharya

Abstract

ମୋ ମା

ମୋ ମା

1 min
11.8K

ରାଜା ରାଣୀ ଗପ କାନେ କୁହେ ମୋର

ତପସ୍ୱୀ ର ତପ ପରି ନିଷ୍ଠାପର

ଭୟଙ୍କର ଅଳ୍ପ ସଭିଙ୍କ ନିଜର

ମମତାମୟୀ ତ ସେ ଜନନୀ ମୋର


ନିଜଠୁ ନିଜର ଭିନ୍ନ ପ୍ରକାରର

ସ୍ନେହ ମୟୀ ତ ସେ ମା ମୋର

ପସନ୍ଦ ନାପସନ୍ଦ ଜାଣେ ମୋର

ସତେ ଯେମିତି ସେ ଇଛା ମୋର


ଆତ୍ମାଠୁ ନିଜର ସବୁଠୁ ସୁନ୍ଦର

ସଭିଙ୍କ ଆଶା ର କେନ୍ଦ୍ର ନିରନ୍ତର

ଖୁସି ଭରସା ର ପ୍ରତୀକ ସେ ମୋର

ତା ପରି ସ୍ରଷ୍ଠା ର ସୃଷ୍ଟି ଆଶିଷ ର


ସ୍ମୃତି ଭରା ଆଶିଷ ରେ ଖୁସି ହୁଏ ନିରନ୍ତରେ

ଦୁଃଖ ସୁଖ ଜୀବନରେ ସଭିଙ୍କୁ ଆଦରି ନିଏ

ବିଶ୍ୱାସ ର ମୂଳେ ଧର୍ଯ୍ୟ ର ସମୂଳେ

ବିଜୟର ଟୀକା ତା କପାଳରେ ହସେ


ପୂଜା ପର୍ବ ବ୍ରତ

ସୂର୍ଯ୍ୟ, ଚନ୍ଦ୍ର ସତ

ମାନଇ ନିଷ୍ଠାରେ ମୋ ମା

ଶାନ୍ତି ସ୍ୱସ୍ତି ପ୍ରୀତି

ଜୀବନ ଗାୟତ୍ରୀ

ଥାଏ ତା କଣ୍ଠରେ ପରା


ହାତ ଧରି ମୋତେ ବାଟ ଚଳେଇଛି

କୋଳେ ଧରି ମୋତେ ଗୀତ ତ ଗାଇଛି

ମୋ ପାଇଁ ମଙ୍ଗଳା କାମନା କରୁଛି

ଚାଲିବାକୁ ଏକା ସାହସ ଦେଉଛି


ମା ଜାଣେ କ୍ଷୁଦା ର ପୀଡା

ଖୁଆଏ ସେ ପେଟ ପୁରା

ତା ପଣତେ ଧରି କୋଳରେ ଶୁଆଇ

କେତେ ନାନାବିଧ ଗେଲ୍ହା ଗାଳି କରି


ଆକଟ ତାର ବ୍ୟାଘ୍ର ଠୁ ଭୟଙ୍କର

ଶାସନ ତାର ଲକ୍ଷ୍ମଣ ରେଖା ଗାର

ସ୍ନେହ ତାର ଫୁଲ ର ପରା

ଶୁଭ ଆଶିଷ ଢାଳେ ସେ ଜୀବନ ସାରା


ପରିଶ୍ରମ କରେ ଦିନ ସାରା

ନାହିଁ ତାର ଛୁଟି ବର୍ଷକ ସାରା

ଲିଭାଏ ଦାଇତ୍ୱ ହେଇ ପ୍ରକୃତି ଶ୍ରେଷ୍ଠ

ଦୁଃଖ ଲୁହ ସବୁ ପିଏ ହୋଇ ତୃଷାର୍ତ୍ତ


ଅତୁଟ ତା ବନ୍ଧନ

ନୁହେଁ ଖାଲି ଏ ରକ୍ତ ର

ହୃଦୟରେ ହୁଏ ସତ ସ୍ପନ୍ଦନ

ପାଇ ସ୍ପର୍ଶ ତା କୋଲର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract