STORYMIRROR

Smrutirekha Acharya

Classics

3  

Smrutirekha Acharya

Classics

ଚତୁର୍ଦ୍ଦଶୀ ତିଥି

ଚତୁର୍ଦ୍ଦଶୀ ତିଥି

1 min
84

ଚତୁର୍ଦ୍ଦଶୀ ତିଥି ଆଜି 

କେତେ ଆଡମ୍ବର ଗଜାନନଙ୍କ ପୂଜା ଲାଗି 

ରଙ୍ଗ ବେରଂଗରେ ସୁସଜ୍ଜିତ 

ପ୍ରଭୁ ବିଘ୍ନ ନାଶକ 


ପିଲାଙ୍କ କଣ୍ଠରେ ସତେ 

କେତେ ସୁନ୍ଦର ସ୍ତ୍ରୋତ 

ଶଙ୍ଖ ହୁଳହୁଳି ନାଦେ 

ଚତୁଃର୍ଦିଗ ପ୍ରକମ୍ପିତ ହୁଏ 


ସୁଦ୍ଧ ନିର୍ମଳ ନିଷ୍ପାପ କୁନି ମନେ 

କରୁଛନ୍ତି ପ୍ରଭୁ ତୁମ ଆରାଧନା 

ଗଣେଶ ଠାକୁର ଢାଳ ଆଶିଷ 

ପୂରିଯାଉ ମୋ ବିଦ୍ୟାର ଥାଳ 


ଧନ ଲୋଡ଼ା ନାହିଁ 

ଜ୍ଞ୍ୟାନ ଲୋଡ଼ା ଆମ 

ହେବୁ ଶିକ୍ଷିତ 

ରଖିବୁ ମହତ 


ସମୟର ତାଳେ ଆଜି ସବୁ ପରିବର୍ତ୍ତିତ 

ପୂଜାରେ ନାହିଁ ନଜର ଭସାଣିରେ ଲକ୍ଷ 

ଡିଜେ ବାଣ ଆଣି କରି ଅଶାନ୍ତ ପରିବେଶ 

କରୁଛନ୍ତି ଆମ ସଂସ୍କୃତି ଅବକ୍ଷୟ 


ପଛଘୁଞ୍ଚା ଆଜି ଯୁବ ସମାଜରେ 

ବୁଝୁନି ସେ ନିଜର ମୂଲ୍ୟ 

ମଦ ମଶ୍ଚର୍ଯ୍ୟର ବସ ପାଲଟିଛି 

କୁକାର୍ୟ୍ଯର ପଥେ ଚାଲିଛି 


ବିଦ୍ୟାର କୁବେର 

ହେ ଜ୍ଞାନଦାତା 

ଉମାସୂତ ତୁମେ 

ଦିଅ ଏମାନଙ୍କୁ ଶିକ୍ଷା

 

ଅଗ୍ର ପୂଜ୍ୟ ତୁମେ ହେ ଗଣପତି 

ଦିଅ ଏ କୁକର୍ମ କ୍ଷୟର ବିକଳ୍ପ ପଦ୍ଧତି 

ନହଲେ ବଦଳି ଯାଉଛି ନିୟତିର ନୀତି 

ସହୁଛ ସମଗ୍ର ସମାଜ ବିରାଟ କ୍ଷତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics