STORYMIRROR

Smrutirekha Acharya

Others

3  

Smrutirekha Acharya

Others

ଜନମ ଦିନ

ଜନମ ଦିନ

2 mins
178

ଭାଦ୍ରବ ମାସେ  କୃଷ୍ଣ  ପକ୍ଷେ 

ଚତୁର୍ଥୀ ଶେଷେ  ପଞ୍ଚମୀ ଆରମ୍ଭେ 

ଗୁରୁବାର  ପରା ସରି ଆସୁଛି 

ଚାନ୍ଦ ର କୋଳେ ଆଖି ଠାରୁଛି 

ବାଘ ମାମୁଁ ର ଜନମ ଦିନ 

ଚକୁଳି ବାଢିବ ବୋଉ ସେଦିନ 

ବିରି ଚାଉଳ ପାଣିରେ ରେ ପଡିଛି 

ଦ୍ୱାରା ବନ୍ଧ ପାଖେ ଚିତା ଟାଣିଛି 

ବେଣୁ ଆସିଛି ବନ୍ଧା ହେବ 

କାଗଜରେ ମନ୍ତ୍ର ଲେଖା ରହିବ 

କପା ହଳଦୀ ସଜଡା ହେଇ 

ଦୁବ ବରକୋଳି ପତର ଲଗେଇ 

ଦ୍ୱାର ରକ୍ଷକ ପାଇବେ ପୂଜା 

ଅଟକେଇ ଦେବେ ଅଶୁଭ ପହରା 

ରକ୍ଷା କବଚ ଙ୍କ ପାଖେ ନିବେଦନ 

ଯାଉଛି ମୁଁହି ନେଇ ନୂଆ  ଜୀବନ 

ଦିଅ ଆଶିଷ ତାରିବି ଦୁଃଖ 

ଅଜାଡି ଦେବି ଅସୀମ ସୁଖ 

ମା ଉଦର ରେ କମ୍ପନ ହେଲା 

ଘଣ୍ଟା ରେ ଏଗାର ଟା ପନ୍ଦର ବାଜିଲା 

ଲକ୍ଷ୍ମୀ ପାଦ  ନେଇ  ଆସିଗଲା ଶ୍ରୀ  

ମୁରୁଜ ପଡ଼ିବନି ଦାଣ୍ଡ  ଦୁଆରେ ଆଜି 

ଏବେଠୁ ହେଲା ଛୁତିକିଆ 

ବାରଣ  ପରା  ଛୁଆଁ  ଅଛୁଆଁ 

ଏନ୍ତୁଡ଼ି ଶାଳେ କୁଆଁ କୁଆଁ 

ଆସି ରାବିଦେଲା  କୁନି କୁଣିଆ 

କଲେ ଆଦର ଅତିଥି ପରି 

ଦେଲେ ଅଜାଡି ସ୍ନେହ ସୁରଭି 

ହଳ ଚହଳ ଖେଳି ଗଲା 

ଲକ୍ଷ୍ମୀ ପ୍ରତିମା ଯେ ହସି ଦେଲା 

କୋଳେଇ ନେଲା ମା ତାର 

ମୁଣ୍ଡ ଆଉଁସି ଦେଲା ଆହାର 

ବାପା ଙ୍କ କାନ ରେ ପଡିଲା ଖବର 

ବାୟାଣୀ ଦେଖିଲା ଦୁନିଆ ତାଙ୍କର 

ଜେଜେ ମା ଆସିଲେ ଡାକ ପକେଇ 

କୁଆଡେ ଗଲା ମୋ ଜୀବନ୍ତ  କଣ୍ଢେଇ 

କୁନି ପାଦେ ତାର ଅଳତା ଲଗେଇ 

ଖେଳିବ ଅଗଣା  ଦୁଲୁକେଇ 

ଅନେଇ ରହିଛନ୍ତି  ପିଇସି କାକୁ 

କେବେ ବାହାରିବ ଏନ୍ତୁଡ଼ି ଶାଳୁ 

କୋଳେଇ  ନେବେ  ଗେଲ୍ହା  କରିବେ 

ଆକଟ  କରିବେ  ଆଶିଷ  ଦେବେ 

ତିନି  ବରଷ ର  କୁନି  ଭାଇ 

କହୁଛି  ଗାଲୁ  ଗାଲୁ  ହେଇ 

କୁନି  ଭଉଣୀ ମୋର ଆସିଗଲା 

ବାନ୍ଧିବ ରାକ୍ଷୀ ଦେଇ ଶରଧା 

ଦାଣ୍ଡ ଚଉରା ରୁ  ଶୁଭିଲା ରଡି 

ଜେଜେ କହୁଛନ୍ତି ଏ ମୋ ଗେଲି ନାତୁଣୀ 

ଶରୀର ପଛେ ହେଲାଣି କ୍ଷୟ 

ମନ ରେ ନାହିଁ ଦୁର୍ବଳତା 

କହୁଛନ୍ତି ବସି 

ସଙ୍ଗାତ କୁ ଡାକି 

ଅଣ୍ଟା ନଇଁ  ଗଲାଣି 

ଆଖି କୁ ଦିଶୁନି 

ବାଙ୍କୁଲି ବାଡ଼ି ଧରିଛି ସିନା 

ତାକୁ ବୁଲେଇବି ସାରା ଦୁନିଆ 

ଥିଲା ମୋର କାନହା 

ଆସିଲା ଆଜି  ସୁନା 

ରତ୍ନ ମାଳି ର ଭବନ 

ଦେଖ ଏବେ କେଡେ ସୁନ୍ଦର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍