STORYMIRROR

Smrutirekha Acharya

Abstract

2  

Smrutirekha Acharya

Abstract

ଆଧୁନିକତା

ଆଧୁନିକତା

1 min
334

ଆର ଗାଁ ହରି ମଉସା ଙ୍କୁ

ପଞ୍ଛାଅଶି ବରଷ ଛୁଇଁଲା

ତଥାପି ଟାଗେଡା ମଉସା

ଛପନ ବାଟି ଚାଷ କରିବାକୁ


ଶୀତ ସକାଳ ରେ କାଲି ହରି ମଉସା

ଯାଉଥିଲେ ବିଲ ଆଡେ ଧାନ କାଟି ହାତେ ଧରି ଦା

ଆମ ଗାଁ ନଟିଆ ନନା ପୁଅଟି

ଆସିଛି ହେଇ ବିଦେଶ ଫେରନ୍ତା

ପଚାରିଲା ହେ ହରି ମଉସା

ଦା ଧରି କାଇଁ ହୋ ଯାଉଚ ଏ ବୁଢା ବୟସରେ

ଖଞ୍ଜା କେତେ ନୂଆ ଯନ୍ତ୍ର ପାତି ବିଜ୍ଞାନ ବଳରେ

ଧାନ କାଟି ଅମଳ କରି ଆଣି ଦେଇ ଯିବେ ଘରେ

ତୁଚ୍ଛା କୁ କରିବ କାଇଁ ପରିଶ୍ରମ

ଦେହ ପା ସବୁ ହେବ କ୍ଷୟ


ବସିଲା ହରି ମଉସା ମୋତେ ଡାକି

ସେ ବାସ ନାନୀ ପିଣ୍ଡା ରେ ଆସି

କହିଲା ହରି ମଉସା କି ଯନ୍ତ୍ର ପାତି

ତୁମେ କରୁଛ ଆବିଷ୍କାର ଏତେ ପାଠ ପଢି

ବଦଳେଇ ଦଉଚି ସେ ପାଗ

ଶୀତ ଦିନେ ହଉଛି ଅଂଶୁଘାତ

ପିଲା ଦିନେ ତୋର ଶୋଇଥିଲୁ କିରେ

ବିଞ୍ଚଣା ବୁଲେଇ ବିନା କମଳରେ


ଉନ୍ନତ କୌଶଳ

କମ ପରିଶ୍ରମ

ଲୋଡା ସତ ସଭିଙ୍କର

କର ଆରେ ପ୍ରୟୋଗ

ସେଇ ଭଳି ବୁଦ୍ଧି ଜ୍ଞାନ

ଯେମିତି ନହେବ

ଏ ସୁନା ପୃଥିବୀ ର କିଏ କାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract