ଆଧୁନିକତା
ଆଧୁନିକତା
ଆର ଗାଁ ହରି ମଉସା ଙ୍କୁ
ପଞ୍ଛାଅଶି ବରଷ ଛୁଇଁଲା
ତଥାପି ଟାଗେଡା ମଉସା
ଛପନ ବାଟି ଚାଷ କରିବାକୁ
ଶୀତ ସକାଳ ରେ କାଲି ହରି ମଉସା
ଯାଉଥିଲେ ବିଲ ଆଡେ ଧାନ କାଟି ହାତେ ଧରି ଦା
ଆମ ଗାଁ ନଟିଆ ନନା ପୁଅଟି
ଆସିଛି ହେଇ ବିଦେଶ ଫେରନ୍ତା
ପଚାରିଲା ହେ ହରି ମଉସା
ଦା ଧରି କାଇଁ ହୋ ଯାଉଚ ଏ ବୁଢା ବୟସରେ
ଖଞ୍ଜା କେତେ ନୂଆ ଯନ୍ତ୍ର ପାତି ବିଜ୍ଞାନ ବଳରେ
ଧାନ କାଟି ଅମଳ କରି ଆଣି ଦେଇ ଯିବେ ଘରେ
ତୁଚ୍ଛା କୁ କରିବ କାଇଁ ପରିଶ୍ରମ
ଦେହ ପା ସବୁ ହେବ କ୍ଷୟ
ବସିଲା ହରି ମଉସା ମୋତେ ଡାକି
ସେ ବାସ ନାନୀ ପିଣ୍ଡା ରେ ଆସି
କହିଲା ହରି ମଉସା କି ଯନ୍ତ୍ର ପାତି
ତୁମେ କରୁଛ ଆବିଷ୍କାର ଏତେ ପାଠ ପଢି
ବଦଳେଇ ଦଉଚି ସେ ପାଗ
ଶୀତ ଦିନେ ହଉଛି ଅଂଶୁଘାତ
ପିଲା ଦିନେ ତୋର ଶୋଇଥିଲୁ କିରେ
ବିଞ୍ଚଣା ବୁଲେଇ ବିନା କମଳରେ
ଉନ୍ନତ କୌଶଳ
କମ ପରିଶ୍ରମ
ଲୋଡା ସତ ସଭିଙ୍କର
କର ଆରେ ପ୍ରୟୋଗ
ସେଇ ଭଳି ବୁଦ୍ଧି ଜ୍ଞାନ
ଯେମିତି ନହେବ
ଏ ସୁନା ପୃଥିବୀ ର କିଏ କାଳ