STORYMIRROR

Smrutirekha Acharya

Tragedy

4.3  

Smrutirekha Acharya

Tragedy

ଭୟଭୀତ ପୃଥିଵୀ

ଭୟଭୀତ ପୃଥିଵୀ

1 min
22.3K


ମୁହଁ ରେ ମୁଖା 

ମନରେ ଆଶଙ୍କା 

ବଢ଼ିଗଲା ଚିନ୍ତା 


ଏ କି ଦିନ ଆସିଲା 

ବାହାରେ ଶିଆଳ ବୁଲିଲା 

ମଣିଷ ଘରେ ବନ୍ଦୀ ହେଲା 


ମୃତ୍ୟୁ ର କରାଳ ଛାୟା 

ମଣିଷ ପାଇଁ ଖେଳିଗଲା 

ହେଇ ଛଟ ପଟ ଜୀବନ ଗଲା 


ନାହିଁ କବିରାଜି ଔଷଧ  

ନାହିଁ ଜଡିବୁଟି ର କମାଲ 

ସମସ୍ତଙ୍କ ମୁଣ୍ଡ ଗୋଲ 


ପରଜୀବି କଲା ନାଟ 

ବନ୍ଦ ଆଜି ବାଟ ଘାଟ 

ପୋଲିସ କରୁଛି ଆକଟ ଧରି ଛାଟ 


ଜୀବନ ସଂକୀର୍ଣ୍ଣ 

ଅର୍ଥନୀତି କ୍ଷୁର୍ଣ୍ଣ 

ବଦନ ବିଷର୍ଣ୍ଣ 


ପୋକ ମାଛି ପରି 

ଦଉଛି ମଣିଷକୁ ମାରି 

ନକରି ଡେରି 


ପ୍ରକୃତି କରୁଛି ରାଜ 

ଖରା ବଦଳରେ ବର୍ଷା 

ବୈଶାଖ ଭୁଲିଛି କାଳଚକ୍ର ପରା 


ଅଧର୍ମର ଭାର 

ରକ୍ତ ର ପ୍ରହାର 

ଜୀବନ ହେଇଛି ଯମ ଶିକାର 


ଗାଡି ଧୂଆଁ ଆଉ 

ନାକରେ ବାଜୁନି କୋଉ ଦିନୁ 

ଗଛଗୁଡା କଳା ଦିଶୁନି ସେବେଠୁ 


ଶବ୍ଦ ପ୍ରଦୂଷଣ ଯାଇଛି କମି 

ବାୟୁ ପ୍ରଦୂଷଣ ଦିଶୁନି ଆଜି 

ସେଥିଲାଗି ମୃଦୁ ବହୁଛି ହସି ହସି 


କାଚ କେନ୍ଦୁ ଜଳ ବାଡ଼ି ଗାଡ଼ିଆରେ 

ହେଇଛି

ବିନା ଯତ୍ନରେ 

ଦେଖିବୁ ସଙ୍ଗାତ ଆ ରେ 


କାଲି ଶାନ୍ତି ମାଉସୀ କହୁଥିଲା 

ତା ପୁଅ କାଳେ ସୁରଟରେ ଥିଲା 

ବହୁ ଅସୁବିଧା ପରେ ଓଡିଶା ଫେରିଲା 


ତା ଦୁଃଖ କଥା ଶୁଣି 

ମନ ଟା ଲାଗୁଛି କେମିତି 

ନାହିଁ ପଇସା ଭାରି କଷ୍ଟେ ଚଳୁଛି 


ହେଲେ ସରକାର ଋଣ ଛାଡ଼ୁଛି 

ଆଛା ଆଛା କୋଟି ପତିଙ୍କ ପାଇଁ 

ନତଉଲି ଗରିବ ପରିସ୍ଥିତି 


ନୂଆ ଅନୁଭୂତି କରିବ ଶିରିକ୍ଷେତ୍ର 

ବଡଦାଣ୍ଡ ହେବ ଆଷାଢ଼ରେ ଶୂନ୍ୟ 

ଘୋଷ ଯାତ୍ରା ହେବ ଭକ୍ତ ବିହୀନେ ଏବର୍ଷ 


ମାଉସୀମା ଘରୁ ପ୍ରଭୁ ଫେରିବେ ଏକାନ୍ତରେ 

ସୁନାବେଶ ଲୋକ ଦେଖିବେ ଘରେ 

ରହିଯିବ ଏ କଥା କାଳକାଳକୁ ରେ 


ଏପ୍ରିଲ ମେ ରେ I.P. L ଖେଳ 

ଲୋକ ଦେଖୁଥିଲେ କରି କୋଳାହଳ 

ବିରାଟ ବ୍ୟାଟିଂ ରେ କରି ଚହଳ 


ପୃଥିବୀଟା ଆଜି ଲାଗୁଛି ଫାଙ୍କା ଫାଙ୍କା 

ବହୁଛି ମଳୟ ହେଇ ଵା କୁ ବତା 

ଆକାଶେ ଦିଶୁଚି ଇନ୍ଦ୍ରଧନୁ ମାଳା 


ଡାକ୍ତରଖାନାରେ ମିଳୁନି ଜାଗା 

ସ୍ମଶାନେ ଚାଲିଛି ମେଳା 

ବିଦ୍ୟା ଅନୁଷ୍ଠାନେ ପଡିଛି ତାଲା 


ପ୍ରକୃତି ଖେଳୁଛି ହେଇ ପ୍ରତିଦ୍ବନ୍ଦୀ 

ମଣିଷ ହାରିଛି କାକୁସ୍ଥ ହେଇ

ସତେ କଣ ନୁହେଁ କାହାର ଜୀବନ ।


Rate this content
Log in

Similar oriya poem from Tragedy