STORYMIRROR

Smrutirekha Acharya

Abstract

2  

Smrutirekha Acharya

Abstract

ନୂଆ ଦିନ ନୂଆ ଆଶା ନୂଆ ସଂକଳ୍ପ

ନୂଆ ଦିନ ନୂଆ ଆଶା ନୂଆ ସଂକଳ୍ପ

1 min
277

ଶୀତ ଥୁରୁ ଥୁରୁ କୋହଲା ପାଗରେ

ନୁଆଁ ସକାଳ ର

ସୁରୁଜ ଉଇଁଛି ଆଶ ଦେଖିବା ହେ

କରି ଆଖି ପରିଷ୍କାର


କେତେ ଉନ୍ମାଦନା

କେତେ ଭୋଜି ଭାତ

କିଏ ବୁଲେ କେତେ ଜାଗା

ହେଇ ଆଶା ର ସଙ୍ଗାତ


ପୂର୍ଣ୍ଣ କୋଳ ହଳ

ଆଜିର ସକାଳ

କିଏ କରେ ଖେଳ

କିଏ ହୁଏ ବିଫଳ


ବହୁ ସଂକଳ୍ପ ର ଆଜି ସମାହାର

ଦିନ ଗୋଟେ ଗଲେ ସବୁ ପରିହାର

ଅଜବ ଦୁନିଆ ର ଅଜବ ମଣିଷ

ଚାହିଁ ରହିଛନ୍ତି ସବୁ କରିବାକୁ ବିବଶ


ଧନୀ ଲୋକ ସବୁ ମାରି ଛେଳି କୁକୁଡ଼ା

କରୁଛନ୍ତି ଉଲ୍ଲାସ

ଉତୁରି ଯାଉଛି ଚାଷୀ ପିଠି ଚମଡା

କରି ବିଲ ବାଡ଼ି ଚାଷ


ଭକ୍ତ ଆଜି ବହୁ

ମନ୍ଦିର ମସଜିଦ ଚର୍ଚ୍ଚ ସାମ୍ନାରେ

ବୁଢା ବାପା ବୋଉ

ତାଙ୍କର ବୃଦ୍ଧାଶ୍ରମ ରେ


ସମୟ ଗଡୁଛି

ବିଜ୍ଞାନ ଗଢୁଛି

ନୂତନ କୌଶଳ


ମାନବିକତା ହାରିଛି

ସମାଧି ପାଲଟିଛି

ସ୍ନେହ ଶ୍ରଦ୍ଧା ଆତ୍ମ ବିଶ୍ୱାସ ବଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract