STORYMIRROR

Smrutirekha Acharya

Others

4.3  

Smrutirekha Acharya

Others

ସୁସ୍ଥାଧାର ମନ୍ତ୍ର

ସୁସ୍ଥାଧାର ମନ୍ତ୍ର

1 min
73


କଳୁଷିତ ପ୍ରଦୂଷିତ ଆଜି ଏ ପଞ୍ଚ ମହା ଭୁତର ପାର୍ଥିବ ଶରୀର 

ମର୍ମାହତ ଜର୍ଜରିତ ହୋଇ ବିଳାସ ବ୍ୟସନର ସିଂହ ଶିକାର 

ଅତିରିକ୍ତ ଅନୁତପ୍ତ କାଇଁ କରୁଥିଲା ସୃଷ୍ଟିର ଅପବ୍ୟବହାର 

ସେ ପୀଡିତ ଆତଙ୍କିତ ଖୋଜି ଚାଲିଛି ସୁସ୍ଥ ଜୀବନର ଆଧାର


ଆ ଧନ ବାବା ମୋ କୋଳରେ ବସି 

ମା ଧରିତ୍ରୀ ଲୁଗା ଅଣ୍ଟାରେ ଖୋସି 

ଡାକୁଛି ବୁଝାଇବାକୁ ତା ସୁରକ୍ଷା ପଦ୍ଧତି 


ପ୍ରତ୍ୟୁଷ ରୁ ଉଠି କରି ଶଯ୍ୟା ତ୍ୟାଗ 

ସାରି ନିତ୍ୟକର୍ମ କରିବୁ ଅଭ୍ୟାସ ଯୋଗ 

ସରସ ସୁନ୍ଦର ସୁସ୍ଥ ଜୀବ 

ନରହି ରୋଗ ପୂର୍ଣ୍ଣ ଇଚ୍ଛା ଯଦି କରିବାକୁ ଭୋଗ 


ସକାଳ ଖରାରେ ବାଡ଼ି ବଗିଚାରେ 

ଶୁଶ୍ରୁଷା କର ଗଛର 

ନିଅ ଭିଟାମିନ -ଡି ରବିଙ୍କ ଠାରୁ 

ରହିବାକୁ ସୁସ୍ଥ ଜୀବନରେ 


ଆହାରେ ସତର୍କତା ମାନି ଚଳିବା ଏକାଗ୍ରତା 

କରିବାକୁ ହେବ ତୋତେ 

ଶରୀର ହୋଇବ ଦାସ ତୋହର 

ଠିକ ସମୟ ରେ ଠିକ କର୍ମ କଲେ 

ସୁସ୍ଥ ସାତ୍ତ୍ୱୟୀକ ଭୋଜନ ଦେବ ଅତୃପ୍ତ ଆନନ୍ଦ 

ଶରୀର ହେବ ସୁସ୍ଥ 


ମାଛ ମାଂସ କ୍ଷୀର କରି ଗ୍ରହଣ 

ଉପଯୁକ୍ତ ଅନୁପାତେ 

ନବଢି ରୋଗ ହେବ ନିପାତ 

ଠିକ ଭାବେ ଯତ୍ନ ନେଲେ 

ନକାନ୍ଦି ଅତୀତ କଷ୍ଟେ 

ନରହି ଭବିଷ୍ୟତ ଲୋଭେ 

ବର୍ତମାନ କରିଯା କର୍ମ 


ମଦ ସିଗାରେଟ ନିଶା ଦ୍ରବ୍ୟ ସବୁ 

ତ୍ୟାଗ କରିବୁ ଯେବେ ତୁ 

ନହେବ ଅକାଳ ମୃତ୍ୟୁ ତା ଯୋଗୁ 


ଯାନ ବାହନ ଚଳା ଚଳ କର ସୀମିତ 

ନକର ଅସମୟରେ ଚଳା ଚଳ 

ହେବ ପ୍ରକୃତି ଶାନ୍ତି 

ନହେବ ଦୁର୍ଘଟଣା ମୃତ୍ୟୁ 


ପ୍ରତିଦିନ ଆବଶ୍ୟକ ସୁଖ ନିଦ୍ରା ଆଠ ଘଣ୍ଟା 

ନସୋଇ କରିଲେ ସମୟ ନଷ୍ଟ 

ହେବୁ ରୋଗରେ ପୀଡିତ 

ଏକଥା ଭୁଲି ନଯା


ଦୁନିଆ ଆଜି ବେସ୍ତ ବହୁଳ 

ଆର୍ଜିବାକୁ ଧନ ସମ୍ବଳ 

ଅନୁଭବ କର କିଛି ସମୟ 

ନିଜ ସହ ହୋଇ ସରଳ 


ପ୍ରଭାତ ଭ୍ରମଣ ହାରିବ ତୁମର ଚର୍ମ ହୃଦରୋଗ କଷ୍ଟ 

କରିବ ତୀକ୍ଷ୍ଣ ମସ୍ତିଷ୍କ 

ହୁଅ ଆଧ୍ୟାତ୍ମକ କର ପର୍ଯ୍ୟବେକ୍ଷଣ ହୋଇ ସାମାଜିକ 

ମାନସିକ ଶାନ୍ତି କ୍ଷେତ୍ରେ ହେବ ସହାୟକ 


ଯନ୍ତ୍ରଣା ଜର୍ଜରିତ ଅତ୍ୟନ୍ତ ଅସହ୍ୟ 

ମାନବ ଜାତି ପାଇଁ ଏ ବିସ୍ତୃତ ମନ୍ତ୍ର  .. ।


Rate this content
Log in