ଫରକ
ଫରକ


ମଳି ମୁଣ୍ଡିଆଟା
ହାତରେ ଥାଳ ଧରି
ଦାଣ୍ଡ ପିଣ୍ଢାର
ଲୁହାର ଝଞ୍ଜିର ସେପାଖେ
ପେଟ ଲାଗି ଭିକ
ଗଣ୍ଡେ ପାଇଁ
କେତେ ନେହୁରା
କି ଆତ୍ମ ଚିତ୍କାର
ଆଉ ଲାଜ ଢାଙ୍କିବାକୁ
ଦେହରେ ଚିରା ବସନ ॥
ଘର ଭିତରର
ସୁନ୍ଦର ଚେହେରା ଟା
ଦେଖି ନ ଦେଖିଲା ଭଳି
ଭିକଗଣ୍ଡେ ଦେବାଲାଗି
ହାତ ବୁଲାଏ
ଘର ଥାକରେ ସଜା ହୋଇଥିବା
ଛୋଟରୁ ଛୋଟ ବାସନ
ଏଠି ଫରକ ଏତିକି
ମଳିମୁଣ୍ଡିଆର ମନ
ଛଳନାରୁ କୋଶେ ଦୂର,
କିନ୍ତୁ
ସୁନ୍ଦର ଚେହେରା
(ମୁଁ ସର୍ବସ୍ଵ )ରେ ପୂର୍ଣ୍ଣ ॥