ବନ୍ଦୀ ଭାବନା
ବନ୍ଦୀ ଭାବନା

1 min

29
ଆପଣାର ଲୋକ କୁ
ଦୂରେଇ
କେମିତି କେଜାଣି
ଭାବନାଗୁଡ଼ାକ ଶିକୁଳିରେ ବନ୍ଦୀ
ନା ଡେଣାଝାଡି
ସୁଦୂର ଆକାଶକୁ
ଛୁଇଁବାର ଆଶା,
ନା ବନ୍ଦୀ ଜୀବନରୁ
ମୁକୁଳିବାର ଇଚ୍ଛା ॥
ଏଠି ରାତି ପାହିଲେ
କଥା ବଦଳେ
ଜହ୍ନ ତାରା ତୋଳିବାର
ସପନଟା ଭାଙ୍ଗି
ଖଣ୍ଡବିଖଣ୍ଡ
ତଥାପି
ଆପଣାର ଭାବି
କରେ ଆଉ ଗୋଟେ
ରାତିର ଅପେକ୍ଷା ॥
ପରକୁ ଆପଣାର
କରି ନେବାର
କେଇପଦ କଥା
ଖୋଜି ଖୋଜି ଆଣ୍ଠିଏ
ମନରେ ଗୁମରୁ ଥିବା
ଅଜଣା ସେ
ଚତୁରତାର ପରିଭାଷା ॥