STORYMIRROR

Kalpana Mishra

Others

2  

Kalpana Mishra

Others

ଆଶାତୀତ ସପନ

ଆଶାତୀତ ସପନ

1 min
29

ଭାବି ଭାବି ରାତି ପାଇଲା ଲୋ ସଙ୍ଗୀ

     ସପନେ ନାହିଁ ବି ଦେଖା

କେତେ ଆଉ କଡ଼ ଲେଉଟାଇ ସତେ

     ତା' କଥା ଭାବିବି ଏକା ॥

                 ମନ ମୋ ଅଧିର ଶୁଣେନାହିଁ କିଛି

                    ଝୁରେ ଖାଲି ରାତି ଦିନ   

                 କେବେ ବିଦେଶଦେଶକୁ ଫେରିବ

                    ଉଇଁବ ପୁନେଇ ଜହ୍ନ ॥

ଟାହି ଟାପରାକୁ ଖାତିର୍ ନକରି

   ତୋଳେ ସାତସ୍ଵର ରାଗ   

ବିରହିଣୀ ସାଜି ପ୍ରେମ ପସରାର

     ପାଉନି ସେ ଥଳକୂଳ॥


                ସେ ଆଶା ଆକାଶେ ଆଜ କାଇଁଲୋ

                   ଫୁଟେନାଇଁ ପାରିଜାତ

                ଅଜଣା ସହରେ ଅଦେଖା ଭୟରେ

                     ସପନ ବି ଆଶାତୀତ ।।                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍