ଭାଇକୁଆଶିଷ
ଭାଇକୁଆଶିଷ


ଛୋଟବେଳୁସଦା ପାଖେପାଖେଥାଏ
ଆଖିରୁକରେନି ଦୂର
ହେପାଜତତା'ର କେଡ଼େସ୍ନେହବୋଳା
ଶୁଝିପାରିବନି ମୂଲ ॥
ରାଗରୋଷଯେତେ ମାନଅଭିମାନ
ନିମିଷକେପାଖ ଛାଡ଼େ
ଭଉଣୀର ମୁହଁ ନଦେଖିଲେ ଭାଇ
ପେଟରେ ଦାନା ନପଡ଼େ ॥
ରାକ୍ଷୀପୁନେଇଁକୁ ଅନେଇଥାଏ ସେ
ଖାଲି ହାତ ଭରିବାକୁ
ବନ୍ଦାପନା କରି ସୁନା ଭଉଣୀଟା
ପିନ୍ଧାଇବ ରାକ୍ଷୀ ତାକୁ ॥
ଶାଶୁଘର ବେଳ ଆସି ପହଞ୍ଚିଲେ
ଭାଇର ନିଦ ହଜିବ
ମନେମନେକେତେ କାନ୍ଦକୁ ଚପାଇ
ମୁରୁକାହସ ମାରିବ ॥
ଏରୁଣ୍ଡିବନ୍ଧର ସେପାଖେ ଥାଇଲୋ
ଭଉଣୀଟା ଚାହିଁଥିବ
ଏସନରାକ୍ଷୀକୁ ଦୁଆରେ ଡାକିଲେ
ସରଗେ ଚାନ୍ଦ ଉଇଁବ ॥
ଲୋଡ଼ାନାଇଁ କିଛି ସଂପତ୍ତିରେ ଭାଗ
ଏ ତୁଛ ଧନଦରବ
ସଂପଦେ ବିପଦେ ଭାଈର ହାତଟା
ରାକ୍ଷୀ ଋଣ ଶୁଝିଦେବ ॥
ସୁନାଭାଇ ଦୁଃଖ ଭଉଣୀ ସାଉଁଟୁ
ମୁହଁରେ ଝଲସୁ ହସ
ତା'ସୁନା ସଂସାର ଆନନ୍ଦରେ ଗଢୁ
ଭଉଣୀ ଦିଏ ଆଶିଷ ॥