ସ୍ଵାର୍ଥର ଆହୁତି
ସ୍ଵାର୍ଥର ଆହୁତି


ଅପେକ୍ଷାର ସ୍ଵାଦ ଚାଖିଲା ଏ ମାଟି
ପୂର୍ଣ୍ଣ ସ୍ଵାଧୀନତା ପାଇ
କେତେ ବଳିଦାନ କେତେ ଯେ କଷଣ
ସ୍ଵାର୍ଥର ଆହୁତି ଦେଇ ॥
ଆମ ଭାରତୀର ତ୍ରିରଙ୍ଗା ଗୌରବ
ସ୍ନେହ ପ୍ରେମ କଥା କହି
ଭାଇଚାରା ପଣେ ଜିତିଛି ହୃଦୟ
ରଖିଛିମାଳାରେ ଗୁନ୍ଥି ॥
ଭାଷା ଧର୍ମ ବର୍ଣ୍ଣ ଭିନ୍ନ ପଛେ ହେଉ
ଭାରତୀୟ ଆମେ ସବୁ
ମାଆର ସେବାରେ ଜୀବନକୁ ବାଜି
ବିନା ସ୍ଵାର୍ଥେ ତେଜି ଦେବୁ ॥