ଆଖିର ଭାବନା
ଆଖିର ଭାବନା

1 min

40
ଏଇଆଖି
ଅହମିକାରେ
କୁହୁଳି କୁହୁଳି
କା' ମନ ତଳ ଛାପଟା
ପରଖି
ଆପଣାଡୋଳାରେ
ଦେଇଛି କି ସ୍ଥାନ ?
ମିଛକୁ ଆଦରି
ସତର ଡେରାଟା
ଅଜଣା ଭୟର ଇଙ୍ଗିତ
ଆଖି ପଲକରେ
ଲୁଚ଼କାଳି ଖେଳି
ମସଗୁଲ୍ କି ରାତି ଦିନ ?
କାହା ଲକ୍ଷ୍ୟ ଅଲକ୍ଷ୍ୟ
ବେଦନାର ଦରଦ
ନାକେ ସରି
ବୁକୁରେ ଚାପି
ନାହିଁ ନ ଥିବାର ସଂସାରଏଡି
ଜିଇଁଛି କି ଜୀବନ ?