ପିଲାବେଳ ପାଠ
ପିଲାବେଳ ପାଠ

1 min

61
କେଡ଼େ କଷ୍ଟକର
ସେ
ପିଲାବେଳ ପାଠପଢ଼ା
ନିଇତି ଅ' ଆ ଘୋଷା
ପଣକିଆ ଖନ୍ଦା,
ମନ ଚାହେଁ...
ହୁଅନ୍ତି କି ବଡ଼
ପଡ଼ନ୍ତାନି ବେଳା ଅବେଳାର ଛାଟ ॥
ବାହାନା ଖୋଜି
ଅଣ୍ଟାଲୋଡେ ଖଟ
ମୁଣ୍ଡ ଆଉ ସମ୍ଭାଳେ କି ବୋଝ,
ଢୁଳେଇ ଢୁଲେଇ
ଆଖି ସାଉଁଟେ ଆଖିଏ ନିଦ
ଯେବେ ଛୁଏଁ...
ହାତ
ବିସ୍ତାନିର ଖଡ଼ି ସିଲଟ ॥
ରୋଷେଇ ଘରୁ
ବୋଉର ରଡ଼ି,
ଅଫିସ୍ ଫେରନ୍ତା ବାପାଙ୍କ ଗାଳି
ଅଧା ବାଟେ ଭାଙ୍ଗେ ସପନ,
ମନରେ
ଉଙ୍କିମାରେ ଅନେକ ପ୍ରଶ୍ନ....
ଏମାନେ କ'ଣ
ପଢ଼ୁଥିଲେ ରାତି ଦିନ ?