STORYMIRROR

Satyabati Swain

Tragedy

4  

Satyabati Swain

Tragedy

ମାଟି ହାଣ୍ଡି

ମାଟି ହାଣ୍ଡି

1 min
121


ବାଦଲ ଗର୍ଜୁଥିଲା

ବସୁଧା ଚୁଲିରେ ବସେଇଥିଲା ଚା

ନଉଁଥିଲା ଆଷାଢ଼ ରତ ରତ ସଞ୍ଜରେ

ଚା ଫୁଟୁଥିଲା ଟକ୍ ମକ୍।


ବାଦଲ ବର୍ଷିଗଲା ଅସରାଏ

ବସୁଧା ଦେହ ମୁଣ୍ଡେ ଠାଏ ଠାଏ ଫୁଲା

ବାଦଲ ଆହୁରି ଗର୍ଜିଲା

ବସୁଧା ଏବେ ଲୁଣିଆଁ ପୋଖରୀରେ

ବୁଡୁଛି ଉଠୁଛି

ତାକୁ କିନ୍ତୁ ଜର ପହର ଦିନଠୁ।


ଆକାଶ ଠେଲିଦେଲା ବାଦଲକୁ

ଘଣ୍ଟା ଆଳତୀ କୋରି ପକାଉଥିଲା ହୃଦ

ବାଦଲକୁ ଠେଲି ପେଲି ଜହ୍ନ ହସିଲା

ବରଷାକୁ ଖାତିରି ନକରି

ଲୁଚିଯାଉଥିଲା ଗାରେ ସୂର୍ଯ୍ୟଙ୍କ ହସ

ମାଛି ଅନ୍ଧାରୁଆ ସଞ୍ଜ ଗାଢ଼ ହେଉଥିଲା

ପୋଖରୀ ଭିତରୁ ବସୁଧା ଆସିଲା ଓଦା ଜୁଡୁବୁଡୁ

ଚନ୍ଦ୍ର ପଶି ଯାଉଥିଲା 

ବାଦଲର କଳା ଘୁମର ରାକ୍ଷସ ମୁହଁରେ।


ଝିପି ଝିପି ବାସ୍ନା ପାଣି ବର୍ଷା ହେଲା

ଜଳି ଉଠିଲା ନୀଳ ଆଲୁଅ

ନାଚେ ବସୁଧା ନାଚେ

ପିଟୁଥିଲା ବାଦଲ ହଣ୍ଟର ଲାଞ୍ଜରେ

ଗାଲିଚା ଲାଲ୍ ପାଦ ତା ଝୁମ୍ ତାରେ ଝୁମ୍ ରେ

ଆସୁଥିଲା ଆଇଁଷିଣିଆଁ ଗନ୍ଧ

ବସୁଧା ନିଃଶେଷ 

ବାଦଲ ସମେତ ଅନ୍ୟ ବନ୍ଧୁ ବସୁଧାକୁ

ପାଦୁକ ପରି ପିଇ

ମୋକ୍ଷ ହେଉଥିଲେ ବେହୋସ୍ ହୋଇ।


ବାଥ୍ ରୁମ୍ ଟବ୍ ରେ ଲୁଣିଆ ସମୁଦ୍ର 

ମୁହଁ ଦେଖୁଥିଲା

ଘଷି ମାଜି ଗାଧୋଇବାକୁ

ବଳ କାହିଁ?

ପ୍ରତି ରାତି ଶେଫାଳି ଛିଣ୍ଡା ଆୟୁଷ ନେଇ

ସଞ୍ଜକୁ ଅଭିଶାପ ଦେଉଛି

ରାତି ତାତି ତାକୁ ଏଡ୍ସ ରୋଗୀ କରୁଛି

ଧୋଇଲେ ମନ ଧୋଇ କି ପାରୁଛି?

ପୁଣି ଚା ହାଣ୍ଡି ଚୁଲିରେ ବସଉଛି

ଛେଳି ଫରିଆ ମେ ଏଁ ମେ ଏଁ କରୁଛି

"ମାଟି ହାଣ୍ଡି "ରେ।



Rate this content
Log in

Similar oriya poem from Tragedy