ଅଚଳ ପଇସା✍️ସୁଧାକର ସେଠୀ
ଅଚଳ ପଇସା✍️ସୁଧାକର ସେଠୀ


କଥା ଭଲପାଇବାର କଥା ସେ ସମର୍ପଣର
ଆଜିକାଲି ସବୁ ଅବୁଝା ଅଛିଣ୍ଡା
କାହାଣୀ ଏବେ ଚକଚକ ଦୁନିଆର ।
ବସ୍ତ୍ରପରି ବଦଳେ ଦେହ ମନ
ବଦଳେ ଭାବ ପିରତି
ଅଜବ ଦୁନିଆ ଅଜବ ଏ ରୀତି
ଦେଖି ଘୁରିଯାଏ ମତି।
ହା ହୁତାସରେ ଆତ୍ମା କହଦହ
ଜୀବନ ହୁଏ ଦୁର୍ବିସହ
ହୃଦୟ ଯନ୍ତ୍ରଣା ତାର ଖେଳଘର
ଏତ ଅଚଳ ପଇସାର ସଙ୍କେତ ।